
କଣ୍ଟିଲୋ : ଖଣ୍ତପଡ଼ା ପୂର୍ତ୍ତ ବିଭାଗ ଅଧୀନ ବାଣପୁରଠାରୁ ଖଣ୍ତପଡ଼ା ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହେବା ସହ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ତେବେ ଦିନ ସମୟରେ ହାଇୱା ସମେତ ବଡ଼ ବଡ଼ ଟ୍ରକ୍ ଉକ୍ତ ରାସ୍ତାରେ ଚଳାଚଳ କରୁଥିବାରୁ ଏହା ଦୁର୍ଘଟଣାର କାରଣ ପାଲଟିଛି। ଉକ୍ତ ୧୩ କିମି ରାସ୍ତା ବଡ଼ବାଣପୁର, ବେଣାଗାଡ଼ିଆ, ମର୍ଦ୍ଦରାଜପୁର, ଖଳିସାହି ଆଦି ବଡ଼ ବଡ଼ ଗ୍ରାମ ଦେଇ ଯାଇଥିବାରୁ ଅନେକ ସମୟରେ ଗ୍ରାମବାସୀଙ୍କ ଚଳାଚଳ ଯୋଗୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥାଏ।
ଅନ୍ୟପକ୍ଷରେ ରାସ୍ତାର ଉଭୟ ପାର୍ଶ୍ବରେ କୌଣସି ପାଦଚଲା ରାସ୍ତା କିମ୍ବା ସାଇକେଲ ରାସ୍ତା ନ ଥିବାରୁ କେବଳ ମଝିରେ ଥିବା ୨୦ ଫୁଟ ପିଚୁ ରାସ୍ତାରେ ଲୋକେ ଯା ଆସ କରିଥାନ୍ତି। ଉଭୟପଟୁ ଭାରିଯାନ ଆସୁଥିବା ସମୟରେ ରାସ୍ତାପାର ହେବା କଷ୍ଟକର ହୋଇପଡ଼ିଥାଏ। ଏଥିପାଇଁ ବିଗଦ ଦିନରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଯାଇଥିଲା ଓ ଏହାର ତଦାରଖ ଦାୟିତ୍ବ ସ୍ଥାନୀୟ ପୁଲିସ୍ ପ୍ରଶାସନକୁ ଦିଆଯାଇଥିଲା। ମାତ୍ର ବର୍ତ୍ତମାନ ଏ ସବୁ କଟକଣାକୁ କେହି ଖାତିର କରୁନଥିବା ତଥା ପୂର୍ବପରି ଭାରିଯାନ ଚଳାଚଳ କରୁଥିବାର ଦେଖିବାକୁ ମିଳୁଛି। ଫଳରେ ଦୁର୍ଘଟଣା ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ପଦକ୍ଷେପ ନେବାକୁ ଦାବି ହେଉଛି।
The post କଟକଣା ମାନୁନାହାନ୍ତି ଭାରିଯାନ, ବାଣପୁର-ଖଣ୍ତପଡ଼ା ରାସ୍ତାରେ ବଢ଼ୁଛି ଦୁର୍ଘଟଣା first appeared on Sambad.from ଜିଲ୍ଲା | Sambad https://ift.tt/3CRVvig
0 Comments