
ବୈପାରିଗୁଡା: ବୈପାରିଗୁଡା ବନବିଭାଗ ତରଫରୁ ପେଟ୍ରୋଲିଂ ଚାଲିଥିବା ବେଳେ ଚୋରା କାଠ ଜବତ କରାଯାଇଥିବା ଜଣାପଡ଼ିଛି। ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମକାମଉଲି ଗ୍ରାମ ଜଙ୍ଗଲରେ ଚୋରା କାଠ ଚାଲାଣ କରାଯାଉଥିବା ବେଳେ ଦୂରରୁ ବନବିଭାଗ କର୍ମଚାରୀମାନଙ୍କୁ ଦେଖି ଚାଲାଣକାରୀମାନେ ସାଇକେଲ ସହ କାଠ ଛାଡ଼ି ଦେଇ ଦୈାଡି ଚାଲିଯାଇଥିଲେ।
ତେବେ ସାତଟି ସାଇକେଲ ସହ ୨୭ ଟି ଶାଳ ସାଇଜ଼ ଜବତ କରିଛନ୍ତି। ସେହିପରି ଗତକାଲି ବୈପାରିଗୁଡା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚେରକା ଛକ ନିକଟରେ ଚାରୋଟି ବାଇକରେ କାଠ ନେଇ ଆସୁଥିବା ବେଳେ ପୁଲିସକୁ ଦେଖି ତିନୋଟି ବାଇକ୍ ଚମ୍ପଟ୍ ମାରିଥିବା ବେଳେ ଜଣେ ଧରାପଡିଛି।
ଧରାପଡ଼ିଥିବା ଚାଲାଣକାରୀ ଜଣକ ଜୟପୁର ଥାନା ଅନ୍ତର୍ଗତ ଫାମ୍ପୁଣି ନିକଟସ୍ଥ ଘିଉରି ଗ୍ରାମର ପୁପୁନ ଗୈାଡ ବୋଲି ପୁଲିସ ପ୍ରକାଶ କରିଛି। ଗିରଫ ପୁପୁନ ଗୈାଡ ସହ ବାଇକ୍ ଏବଂ ୧୮ଟି ପିଆଶାଳ ପଟା ବନବିଭାଗକୁ ହସ୍ତାନ୍ତର କରିଥିବା ଆଇଆଇସି ଈଶ୍ଵର ତାଣ୍ଡି ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପୁପୁନ ଗୈାଡକୁ କୋର୍ଟ ଚାଲାଣ କରିଥିବା ବନାଞ୍ଚଳ ଅଧିକାରୀ ଦିବ୍ୟା ମାଧୁରୀ ପ୍ରକାଶ କରିଛନ୍ତି।
The post ବନ ବିଭାଗ ତରଫରୁ ୭ଟି ସାଇକେଲ ସହ କାଠ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3owsimY
0 Comments