
ଭୁବନେଶ୍ବର: ସବୁଜ ବାଣ ସାଧାରଣ ବାଣଠାରୁ ଭିନ୍ନ। ଏହି ବାଣ ସାଧାରଣ ବାଣ ଭଳି କ୍ଷତିକାରକ ନୁହେଁ, ପ୍ରଦୂଷଣ ଉପାଦାନ ବହୁତ କମ୍ ଥାଏ। ବାଣ ଫୁଟିବା ସମୟରେ ଧୂଆଁ ସହ ଜଳୀୟବାଷ୍ପ ବାହାରିଥାଏ। ଏହା ଧୂଳିକଣାକୁ ଉପରକୁ ଉଠିବାକୁ ଦିଏ ନାହିଁ। ଜଳୀୟବାଷ୍ପ ଧୂଳିକଣାକୁ ଗ୍ରହଣ କରି ତଳକୁ ନେଇ ଆସେ, ସାଧାରଣ ବାଣ ଫୁଟିବା ସମୟରେ ପ୍ରାୟ ୧୬୦ ଡେସିବିଲ୍ ଶବ୍ଦ ହୋଇଥାଏ। ସବୁଜ ବାଣ ମାତ୍ର ୧୧୦ରୁ ୧୨୫ ଡେସିବିଲ ଶବ୍ଦ କରିଥାଏ। କ୍ଷତିକାରକ ପାର୍ଟିକୁଲେଟ୍ ମେଟର, ନାଇଟ୍ରିକ୍ ଅକ୍ସାଇଡ୍ ଓ ସଲଫର ଅକ୍ସାଇଡ୍ ୩୦-୩୫ ପ୍ରତିଶତ କମ୍ ଥାଏ। ଆର୍ସେନିକ୍, ଲିଥିୟମ୍, ବେରିୟମ୍ ଭଳି କ୍ଷତିକାରକ ଜିନିଷର ମିଶ୍ରଣ ହୋଇନଥାଏ।
ତେବେ ଏହାକୁ ତିଆରି କରିବା ପାଇଁ ଓଡ଼ିଶାର କୌଣସି ବାଣ ବ୍ୟବସାୟୀଙ୍କ ପାଖରେ ଅନୁମତି ନାହିଁ। ସବୁଜ ବାଣ ତିଆରି ପାଇଁ ସ୍ବତନ୍ତ୍ର ଅନୁମତି ନେବାକୁ ପଡ଼େ। ଏଥିପାଇଁ ନାଗପୁର ସ୍ଥିତ କେନ୍ଦ୍ରୀୟ ବିସ୍ଫୋରକ ନିୟନ୍ତ୍ରକ ମୁଖ୍ୟଙ୍କଠାରୁ ଅନୁମତି ନେବାକୁ ପଡ଼େ। ପ୍ରଥମେ ବିଜ୍ଞାନ ଶିଳ୍ପ ଗବେଷଣା ପରିଷଦ(ସିଏସ୍ଆଇଆର୍) ଓ ଜାତୀୟ ପରିବେଶ ଯାନ୍ତ୍ରିକ ଗବେଷଣା ସଂସ୍ଥା(ଏନ୍ଇଇଆର୍ଆଇ) ବାଣଗୁଡ଼ିକର ପରୀକ୍ଷା କରନ୍ତି। ଏହାପରେ ଏହି ଗବେଷଣା ତଥ୍ୟକୁ କେନ୍ଦ୍ରୀୟ ବିସ୍ଫୋରକ ନିୟନ୍ତ୍ରକ ମୁଖ୍ୟଙ୍କ ନିକଟକୁ ପଠାନ୍ତି। ଯଦି ଏହା ସବୁଜ ବାଣର ମାନଦଣ୍ଡରେ ଥାଏ, ସେହି ସଂସ୍ଥାକୁ ଅନୁମତି ଦିଆଯାଏ ବୋଲି ପେସୋର ମୁଖ୍ୟ ଆର୍ ଅଲ୍ଲୀ କହିଛନ୍ତି।
The post ଓଡ଼ିଶାରେ ନାହିଁ ସବୁଜ ବାଣ କାରଖାନା: କାହାରିକୁ ମିଳିନି ଅନୁମତି first appeared on Sambad.from ଜିଲ୍ଲା | Sambad https://ift.tt/3ByZi2w
0 Comments