
ଭଞ୍ଜନଗର: ଆଜି ଥିଲା ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର। ଧର୍ମୀୟ ଭାବନା ସହ ଆଜିର ଦିନକୁ ଲୋକ ମାନେ ସକାଳୁ ଉଠି ବିଭିନ୍ନ ମନ୍ଦିର ବୁଲି କୀର୍ତ୍ତନ କରି ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥିଲେ। ଗାଁ ଠାରୁ ସହର ସବୁ ଦେବାଳୟ ଗୁଡ଼ିକରେ ଭୋର୍ ସମୟରୁ ହିଁ ଲୋକ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିର ଗୁଡ଼ିକରେ ଲୋକ ମାନେ ଲମ୍ବାଧାଡି କରି ଠାକୁର ଦର୍ଶନ କରିଥିଲେ। ଶେଷ ସୋମବାର ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ ପଡିଥିଲା। ବିଗତବର୍ଷ କରୋନା ମାହାମାରୀ କଟକଣା ପାଇଁ ଏହି ସମୟରେ ପ୍ରଶାସନ ପକ୍ଷରୁ ମନ୍ଦିର ବନ୍ଦ କରାଯାଇଥିବା ବେଳେ ଚଳିତବର୍ଷ ଶ୍ରଦ୍ଧାଳୁ ମାନେ ମନ୍ଦିର ଗୁଡ଼ିକରେ ମନଭରି ଉପଭୋଗ କରିଥିବା ପ୍ରକାଶ କରିଛନ୍ତି।
ଏଥିସହ ଗ୍ରାମ ଗୁଡ଼ିକରେ ଦଳଦଳ ହୋଇ ସଂକୀର୍ତ୍ତନ ଦଳ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଗ୍ରାମରେ କରୋନା କଟକଣାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା। ସହରର ମୁଖ୍ୟ ରାସ୍ତାରେ ଥିବା ରଘୁନାଥ ମନ୍ଦିର ଠାକୁରାଣୀ ମନ୍ଦିର, ବେଲେଶ୍ବର ପୀଠ, ଢୁଢୁଆ ବାଞ୍ଛେଶ୍ବର ମନ୍ଦିର, ଗାମୁଣ୍ଡି ଶିବ ମନ୍ଦିର, ଗୋଲାପଡା ସପ୍ନେଶ୍ବର ମନ୍ଦିର ଆଦି ବୁଲି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଆଜି ବିଭିନ୍ନ ମନ୍ଦିରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
The post କାର୍ତ୍ତିକ ଶେଷ ସୋମବାରରେ ଗାଁଠୁ ସହର ଉତ୍ସବ ମୁଖର, ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼ first appeared on Sambad.from ଜିଲ୍ଲା | Sambad https://ift.tt/3FalwKu
0 Comments