
ଖଲ୍ଲିକୋଟ : ନିଜକୁ ଥାନାଧିକାରୀ ବୋଲି କହି ଲୋକଙ୍କୁ ଧମକଚମକ ଦେଉଥିବା ଜଣେ ଯୁବକଙ୍କୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୁଲିସ ଜଣେ ଗିରଫ କରିଛି। ଗିରଫ ଯୁବକଜଣକ ହେଉଛନ୍ତି , ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମର ସୁନୀଲ କୁମାର ଗୌଡ଼ (୨୮)।
ସୁନୀଲ ଜୀବିକାରେ ଜଣେ ପରିବା ଦୋକାନୀ। ଭରସା ଗ୍ରାମର ଅର୍ଜୁନ ସେଠୀଙ୍କୁ ସୁନୀଲ୍ ଫୋନ୍ କରି ନିଜକୁ ଥାନାଧିକାରୀ ବୋଲି ପରିଚୟ ଦେଇ ବିଭିନ୍ନ ପ୍ରକାର ଧମକଚମକ ଦେଇଆସୁଥିଲେ। ଏହାସହ ଉଠାଇନେବି ବୋଲି ତାଗିଦ୍ କରିଥିଲେ। । ସେହିପରି ଅନ୍ୟ ଲୋକମାନଙ୍କୁ ବି ଫୋନ୍ କରି ଧମକଚମକ ଦେଉଥିବା ନେଇ ଅଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଏନେଇ କେସ୍ ନମ୍ବର ୭୦୭ ଅନୁସାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
The post ବନ୍ଧାହେଲା ନକଲି ଥାନାଧିକାରୀ first appeared on Sambad.from ଜିଲ୍ଲା | Sambad https://ift.tt/30T6UAx
0 Comments