
ଝାରସୁଗୁଡ଼ା: ଝାରସୁଗୁଡ଼ା ଆରଏସ୍ଏସ୍ କାର୍ଯ୍ୟାଳୟରେ ଆଜି ସାଢ଼େ ୧୦ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ସଂଘ କର୍ମକର୍ତ୍ତା, ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ବିଜେପି ପ୍ରଭାରୀ, ବିଜେପି ସାଂସଦ, ବିଧାୟକଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସଂପର୍କରେ ସଂଘ କର୍ମକର୍ତ୍ତା କିମ୍ବା ବିଜେପି କର୍ମକର୍ତ୍ତା କେହି କିଛି ସୂଚନା ଦେଇନଥିଲେ ମଧ୍ୟ ଏହା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପିର ଗୁପ୍ତ ଯୋଜନା ବୋଲି ଚର୍ଚ୍ଚା ହେଉଛି।
ଏହି ବୈଠକରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡ଼ୁ, ବିଜେପି ରାଜ୍ୟ ପର୍ଯ୍ୟବେକ୍ଷକ ଡି.ପୁରନ୍ଦେଶ୍ବରୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ମାନସ ମହାନ୍ତି, ରବି ନାୟକ, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବୈଠକର ନିଷ୍ପତ୍ତି ବାହାରେ ପ୍ରଘଟ କରାଯାଇ ନଥିବା ବେଳେ ଏହି ବୈଠକ ପାଇଁ ହିଁ କେନ୍ଦ୍ରମନ୍ତ୍ରୀମାନେ ଝାରସୁଗୁଡ଼ା ଆସିଥିବା ଜଣାଯାଇଛି।
The post ସଂଘ କାର୍ଯ୍ୟାଳୟରେ ୬ ଘଣ୍ଟା ରୁଦ୍ଧଦ୍ୱାର ବୈଠକ first appeared on Sambad.from ଜିଲ୍ଲା | Sambad https://ift.tt/3BYm3wT
0 Comments