
କଟକ : ଅଙ୍ଗଦାନ ଓ ମାନବ ଶରୀରରେ ଅଙ୍ଗ ପ୍ରତିରୋପଣ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ ଅନ୍ୟ ଜଣଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨, ଫେବ୍ରୁଆରି ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଅଙ୍ଗଦାନ ଓ ଅଙ୍ଗପ୍ରତିରୋପଣ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ଏ ସଂପର୍କିତ ଆଇନ ସଂପୂର୍ଣ୍ଣ କାର୍ଯ୍ୟକାରୀ ପ୍ରସଂଗକୁ ନେଇ ଏହି ମାମଲା ଦାୟର ହୋଇଛି। ‘ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ ଅର୍ଗାନ ଆଣ୍ଡ୍ ଟିସୁଜ୍ ଆକ୍ଟ’ରେ ଥିବା ବ୍ୟବସ୍ଥା ଅନୁସାରେ ଉପଯୁକ୍ତ ଅଧିକାରୀଙ୍କ ନିଯୁକ୍ତି ନିହାତି ଆବଶ୍ୟକ। ଅଙ୍ଗଦାନ ଓ ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ ପଞ୍ଜୀକରଣ ଓ ଅନୁମତି ସମୟସୀମା ଭିତରେ ହେବା ଆବଶ୍ୟକ। ନଚେତ ଏହା ଫଳପ୍ରଦ ହେବ ନାହିଁ। ଏଥି ପାଇଁ ଆଇନ ଅନୁସାରେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ। ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ରହିବା ସହିତ ହେଲ୍ପ ଡେସ୍କ ବ୍ୟବସ୍ଥା ମଧ୍ୟ ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସରକାର ଓ ଷ୍ଟେଟ୍ ଅର୍ଗାନ ଆଣ୍ଡ୍ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନକୁ ପକ୍ଷଭୁକ୍ତ କରାଯାଇଛି।
The post ଅଙ୍ଗଦାନ ପ୍ରସଂଗ: ହାଇକୋର୍ଟଙ୍କ ଜବାବ ତଲବ first appeared on Sambad.from ଜିଲ୍ଲା | Sambad https://ift.tt/3nx8Es0
0 Comments