
ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡ଼ିଗ୍ରସ୍ତ ଅଞ୍ଚଳ ଘୋଷଣା ଦାବି ନେଇ ବୁଧବାର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। କୃଷକ ସଙ୍ଘର୍ଷ ଅଭିଯାନ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ତରଫରୁ ଉପଜିଲ୍ଲାପାଳ ଅଫିସ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଟିଟିଲାଗଡ଼ ଡାକବଙ୍ଗଳାରୁ ଚାଷୀନେତା ବାଳକୃଷ୍ଣ ଷଣ୍ଢଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚିଥିଲେ। ପରେ ଚାରିଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ସାହୁ, ନିୟମଗିରି ସୁରକ୍ଷା ସମିତିର ରାଜ କିଶୋର, ବୈବସୁତ ସାହୁ, ଟେଙ୍ଗନା ଛତର, କିଶୋର ସାହୁ, ଲଛମନ ବାଗ, ମୋହନ ବାଗ, କୃଷ୍ଣଚନ୍ଦ୍ର ସାହୁ, ରାଜିନ ଜାନୀ, ଝସକେତନ ଛତର, ଫଟୁ ମହାନନ୍ଦ, ପୂର୍ଣ୍ଣଚନ୍ଦ୍ର ହିଆଲ, ସୀମାଞ୍ଚଳ ସମେତ ବହୁ ଚାଷୀ ଯୋଗ ଦେଇଥିଲେ।
The post ମରୁଡ଼ିଗ୍ରସ୍ତ ଅଞ୍ଚଳ ଘୋଷଣା ଦାବି: ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3qoMJF9
0 Comments