ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳ ଛନ୍ଦୁରୁପଦର ଗାଁ ରାଞ୍ଜାକୁମ୍ପା ଜଙ୍ଗଲରେ ଅଜଣା ବ୍ୟକ୍ତିଙ୍କ ଗୁଳି ବାଜି ଛନ୍ଦୁରୁପଦର ଗାଁର ଜୟନ୍ତୀ କହଁର (୭୦) ଗୁରୁତର ହୋଇଛନ୍ତି। ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ ବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଖଜୁରୀପଡ଼ା ଥାନାରେ ଏତଲା ହୋଇଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଁଚି ଅଧିକ ତଦନ୍ତ କରୁଥିବା ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି। ଶିକାର ପାଇଁ ଜଙ୍ଗଲକୁ ଯାଇଥିବା କୌଣସି ଅଜଣା ଶିକାରୀ ଏହି ଗୁଳିମାଡ଼ କରିଥିବା ପୁଲିସ ଅନୁମାନ କରୁଛି।

The post ଅଜଣା ଶିକାରୀ ଗୁଳିରେ ବୃଦ୍ଧା ଗୁରୁତର! first appeared on Sambad.

from ଜିଲ୍ଲା | Sambad https://ift.tt/3Gv3zHl