
କଣ୍ଟାମାଳ : କଣ୍ଟାମାଳ ଫରେଷ୍ଟ ରେଞ୍ଜ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାପଦର ଗ୍ରାମରେ ସପ୍ତାହେ ହେଲା ହାତୀ ଉପଦ୍ରବ ଦେଖା ଦେଇଛି। ୧୨ଟି ହାତୀ ନିକଟସ୍ଥ ଜଙ୍ଗଲରେ ରହି ରାତିରେ ଚାଷୀଙ୍କ ଧାନ ଫସଲ ନଷ୍ଟ କରୁଥିବା ଦେଖାଯାଉଛି।
ସୂଚନାନୁସାରେ ଗତକାଲି ରାତିରେ ହାତୀପଳ ପିଣ୍ଡାପଦର ଗ୍ରାମକୁ ଆସି ଲଳିତ ମାଝୀ, କାମପାଳ ମାଝୀ, ବିଭତ୍ସ ଥାଟି ଓ ଅନନ୍ତ ମାଝୀଙ୍କ ଧାନ ଖାଇବା ସହ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ବନବିଭାଗ ହାତୀମାନଙ୍କୁ ଘଉଡ଼ାଇବା ସହ ଗରିବ ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି। ଏ ସଂପର୍କରେ କଣ୍ଟାମାଳ ରେଂଜର ସୁଶ୍ରୀ କ୍ଷୀରାବ୍ଦୀ ପ୍ରଧାନଙ୍କୁ ପଚାରିବାରୁ ହାତୀ ପଳକୁ ଶୀଘ୍ର ଘଉଡ଼ାଇବା ସହ ତଦନ୍ତ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।
The post କଣ୍ଟାମାଳରେ ହାତୀ ଉପଦ୍ରବ: ଧାନ ଖାଇବା ସହ ନଷ୍ଟ କଲେ ଫସଲ first appeared on Sambad.from ଜିଲ୍ଲା | Sambad https://ift.tt/3Ijrg7c
0 Comments