
ଧର୍ମଶାଳା : ଧର୍ମଶାଳା ଥାନା ହାଇଲେଭଲ କେନାଲ ବନ୍ଧ ରାସ୍ତାର ସାରୋଇ ଗାଁ ନିକଟରୁ ଜଣେ ମହିଳାଙ୍କ ନିକଟରୁ ୫ ଭରି ସୁନାହାର ଓ ଚେନ୍ ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଗଡ଼ମଧୁପୁର ଗାଁର ସୁବ୍ରତ ବାରିକଙ୍କ ପତ୍ନୀ ରଶ୍ମିତା ବାରିକ (୨୮)। ଆଜି ପତ୍ନୀ ଓ ଦୁଇ ଛୋଟ ପୁଅଝିଅଙ୍କୁ ଧରି ସୁବ୍ରତ ଶଶୁରଘର ଛତିଆ ଚମ୍ପାପୁରକୁ ଯାଉଥିଲେ। ସେମାନଙ୍କୁ ଜଣେ ଦୁର୍ବୃତ୍ତ ଆପାଚି ବାଇକ୍ରେ ପିଛା କରି ସୁନାହାର ଛିଣ୍ଡାଇ ଚମ୍ପଟ ମାରିଥିଲା। ରଶ୍ମିତା ପଡ଼ିଯାଇ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି।
The post ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍; ପଡିଯାଇ ମହିଳା ଆହତ, ଡାକ୍ତରଖାନାରେ ଭର୍ତ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3IdHIWv
0 Comments