
ବଙ୍ଗୋମୁଣ୍ତା: ବଙ୍ଗୋମୁଣ୍ତା ତହସିଲଦାରଙ୍କୁ ଗରିବ ସେନା ପକ୍ଷରୁ ଦାବିପତ୍ର ଦିଆଯାଇଛି। ଗରିବା ସେନାର କହିବା ହେଲା, ଭୂମିହୀନମାନଙ୍କୁ ଜମିର ପଟ୍ଟା ଦିଆଯାଇଛି। ହେଲେ, ପ୍ରକୃତ ଜମି ଚିହ୍ନଟ କରାଯାଇ ନାହିଁ। ସେମାନଙ୍କୁ ଜମି ଚିହ୍ନଟ କରି ଦେଲେ ସେମାନେ ସେମାନଙ୍କ ଜମିରେ ଗୃହ ନିର୍ମାଣ କରିପାରିବେ।
ବଙ୍ଗୋମୁଣ୍ତା ବ୍ଲକ୍ ଝଲପ, ଜାମଖୁଣ୍ଟା, ଗନ୍ଧର୍ଲା, ଡେଡଗାଁ, ଚାନ୍ଦୋତରା, ତୁରେକେଲା, କୁଣ୍ତାବୁଟଲା, ଭୁଷଲାଡ଼ ଆଦି ପଞ୍ଚାୟତରୁ ଏହି ଦାବି ନେଇ ତହସିଲଦାର ଗୁଣମଣି ସୁନାନୀଙ୍କୁ ଜଣାଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଦୀନେଶ ତାଣ୍ତି, ରବିନାରାୟଣ ଛୁରା, କୋଦଣ୍ତ ସୁନା ପ୍ରମୁଖ ଉପସ୍ଥିତ ଥିଲେ।
The post ଗରିବ ସେନାର ତହସିଲଦାରଙ୍କୁ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3oixtYN
0 Comments