ଜଟଣୀ: ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ୍‌ ମଣ୍ଡଳ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ବାବା ସାହେବ ଆମ୍ବେଦକରଙ୍କ ୬୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ସାହୁଙ୍କ ପରାମର୍ଶକ୍ରମେ ଆଜି ସକାଳେ ଓପନ୍ ଲାଇନ୍‌ ଶାଖା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଥିଲା।

ଆଶୁତୋଷ ବ୍ରହ୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାଖା ସଂପାଦକ ଏଲ୍‌ ଡି ମହାନ୍ତି ବାବା ସାହେବଙ୍କ ସ୍ବାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ତାଙ୍କ ନେତୃତ୍ବରେ ଗଠିତ ହୋଇଥିବା ସମ୍ବିଧାନ ପାଇଁ ଆଜି ଆମ ଦେଶର ନାଗରିକମାନଙ୍କୁ ମିଳିଥିବା ଅଧିକାର ଉପରେ ଆଲୋକପାତ କରିଥିଲେ।

ମଣ୍ଡଳ ସଂଯୋଜକ ପ୍ରମୋଦ କୁମାର ସାହାଣୀ, ଏସ୍‌ସି ଏସ୍‌ଟି ଆସୋସିଏସନ୍‌ର ପୂର୍ବତନ ମଣ୍ଡଳ ସଂପାଦକ ଡି. ଜୟକୁମାର, ସିଓବି ଏମ୍ ଜି.କେ ରାଓ, ସୁବ୍ରତ ପଣ୍ଡା, ପି. ରାଜା ରାଓ, କେ.ଭି ସୁଧାକର, ଜି. ରାମମୋହନ ରାଓ, ରସିଦ ବାସା, ଆୟୁଷ ହର୍ଷ ପ୍ରମୁଖ ଆମ୍ବେଦକରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନିରବ ପ୍ରାର୍ଥନା କରିଥିଲେ। ସଭାରେ ବହୁସଂଖ୍ୟାରେ ଶ୍ରମିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

 

The post ଖୋର୍ଦ୍ଧାରୋଡ୍‌ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ first appeared on Sambad.

from ଜିଲ୍ଲା | Sambad https://ift.tt/3IqTRaA