
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ନନ୍ଦପୁରା ଗ୍ରାମରେ ଶୁକ୍ରବାର ରାତିରେ ୩ ଘର ଓ ଗୋଟିଏ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି। ଦୁର୍ବୃତ୍ତମାନେ ଟଙ୍କା, ଅଳଙ୍କାର ସହ ମୂଲ୍ୟବାନ ପିତଳ କଂସା ବାସନ ମଧ୍ୟ ନେଇ ଯାଇଛନ୍ତି। ଶନିବାର ଏ ସଂକ୍ରାନ୍ତରେ ନନ୍ଦପୁରାର ଭାସ୍କର ସୁନା ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି।
ଏତଲାକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭାସ୍କର ପରିବାର ସହ ରାତ୍ର ଭୋଜନ ପାରେ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ ଭାସ୍କରଙ୍କ ତାଲା ପଡିଥିବା ଅନ୍ୟ ଏକ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପୁରୁଣା ପିତଳ ହାଣ୍ଡି, ଢାଳ, ମୂଲ୍ୟବାନ ଅଳଙ୍କାର ସହ କୁଣ୍ଡି ଭାଙ୍ଗି ପ୍ରାୟ ୭ ହଜାର ଟଙ୍କା ନେଇ ଯାଇଛନ୍ତି। ଘର ବାହାରେ ପୁରୁଣା ଟ୍ରଙ୍କର ତାଲା ଭାଙ୍ଗି ଫିଙ୍ଗି ଦେଇଛନ୍ତି। ଏହାପରେ ନନ୍ଦପୁରା ଗ୍ରାମର ଦଇମନ୍ ସୁନାଙ୍କ ଘର ତାଲା ଭାଙ୍ଗି ୩୦ ହଜାର ଟଙ୍କା ନେଇଯାଇଛନ୍ତି। ସେହିପରି ସୁଜିତ ସୁନାଙ୍କ ଘରୁ ୭୦୦୦ ହଜାର ଟଙ୍କା ସହ ଦୁଇଟି ମୂଲ୍ୟବାନ ଶାଢ଼ୀ ନେଇଯାଇଛନ୍ତି।
ସେହିପରି ଗ୍ରାମର ଜନେଶ ସୁନାଙ୍କ ଦୋକାନ ଭାଙ୍ଗି ୭ ହଜାର ଟଙ୍କା ନେଇ ଯାଇଛନ୍ତି। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ରାମର ଗୋଟିଏ ପରେ ଗୋଟିଏ ଘର ମଧ୍ୟରେ ତାଲା ଭାଙ୍ଗି ଏପରି କଳାକନା ବୁଲାଇଥିଲେ ସୁଦ୍ଧା ଗ୍ରାମରେ କେହି ଟେର ସୁଦ୍ଧା ପାଇ ନଥିଲେ।
The post ୩ ଘର ଓ ଗୋଟିଏ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3lCkNdM
0 Comments