
ବାଲିକୁଦା: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରେ ଜଣେ ମହିଳା ନିଜର ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାଯାଇଛି। ଏହାପରେ ଉକ୍ତ ମହିଳାଙ୍କୁ ଥାନାରେ ଅଟକ ରଖିଛି ବାଲିକୁଦା ପୁଲିସ।
ପ୍ରାପ୍ତ ସୂଚନା ଅନୁଯାୟୀ, ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ସ୍ୱାମୀ ସୁଶାନ୍ତ ସାମଲକୁ ଟାଙ୍ଗିଆରେ ହାଣି ସ୍ତ୍ରୀ କବିତା ସାମଲ ହତ୍ୟା କରିଥିବା ଜଣାଯାଇଛି। ଘଟଣା ସ୍ଥଳରେ ସ୍ବାମୀ ସୁଶାନ୍ତ ସାମଲଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀ ଜଣେ ନିଶାସକ୍ତ ବୋଲି ସ୍ତ୍ରୀ କବିତା କହିଛନ୍ତି।
ମଦ ପିଇବାକୁ ନେଇ ଉଭୟଙ୍କ ଭିତରେ ସବୁ ବେଳେ ଝଗଡ଼ା ହୁଏ। ଖାଲି ସେତିକି ନୁହେଁ, ନିୟମିତ ଭାବେ ସ୍ତ୍ରୀକୁ ସ୍ବାମୀ ମାଡ଼ ମାରିଥାଏ। ଉଭୟଙ୍କର ଦୁଇଟି ଝିଅ ଥିବା ଜଣାଯାଇଛି। ଏହାକୁ ନେଇ ସ୍ତ୍ରୀ ଗତକାଲି ଉତକ୍ଷିପ୍ତ ହୋଇ ସ୍ୱାମୀକୁ ଟାଙ୍ଗିଆରେ ହାଣି ସ୍ତ୍ରୀ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଆଜି ସକାଳେ ମୃତକଙ୍କ ଭାଇ ରବୀନ୍ଦ୍ର ସାମଲ ଥାନାରେ ଅଭିଯୋଗ ପରେ କବିତା ସାମଲଙ୍କୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ।
from ଜିଲ୍ଲା – Sambad https://ift.tt/3gSbP7R
0 Comments