ବିଂଝାରପୁର: ଅସହ୍ୟ ହେଲା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମ। ଋଣ ଟଙ୍କା ଦେଇନପାରି ବାପା ଅପଦସ୍ଥ ହେଉଥିବା ଦେଖି ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବିଂଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ଅଳକୁଣ୍ଡ ଗ୍ରାମର ଦୁ‌େର୍ଯ୍ୟାଧନ ମଲିକଙ୍କ ପୁଅ ବିଚିତ୍ରା ମଲିକ(୨୦)।

ଅଭିଯୋଗରୁ ପ୍ରକାଶ ଯେ, ଅଳକୁଣ୍ଡ ଗ୍ରାମର ଦୁ‌େର୍ଯ୍ୟାଧନ ମଲିକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ସିଂହପୁର ଶାଖାରୁ ୬ମାସ ପୂର୍ବେ ଋଣ ଆଣିଥିଲେ । ମହାମାରୀ କରୋନା ଯୋଗୁଁ ଦୁ‌େର୍ଯ୍ୟାଧନ ଠିକ୍ ସମୟରେ ଋଣ ପରିଶୋଧ କରିପାରି ନଥିଲେ। ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ବାରମ୍ବାର ତାଙ୍କ ଘରକୁ ଆସି ତାଗିଦ୍‌ କରୁଥିଲେ। ଆଜି ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ଆସି ଋଣ କିସ୍ତି ମାଗିଥିଲେ। ଦୁ‌େର୍ଯ୍ୟାଧନ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ଉକ୍ତ ସଂସ୍ଥାର କର୍ମଚାରୀ ରାଗିଯାଇ ଝଗଡ଼ା କରିଥିଲେ । ଏହି ସମୟରେ ଦୁ‌େର୍ଯ୍ୟାଧନଙ୍କ ପୁଅ ବିଚିତ୍ରା ଘରେ ଥିଲେ। ବାପା ଋଣ ପରିଶୋଧ କରିନପାରି ଅପଦସ୍ଥ ହେଉଥିବା ଦେଖି ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ତାଙ୍କର ଅର୍ଦ୍ଧ ନିର୍ମିତ ଘରର ତାଜା ହୁକରେ ରଶି ଲଗାଇ ଓହଳି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଦୁ‌େର୍ଯ୍ୟାଧନ ଅଳକୁଣ୍ଡ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଫାଣ୍ଡି ଅଧିକାରୀ ଗଣେଶ ଚନ୍ଦ୍ର ଘଡାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।



from ଜିଲ୍ଲା – Sambad https://ift.tt/2G53IqV