ନବରଙ୍ଗପୁର: ଆର୍‌ଏମ୍‌ସିର ବରିଷ୍ଠ କିରାଣୀ ଅଶୋକ ନନ୍ଦଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ତିନି ତିନିଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ରହିଛି। ୨ମହଲା ବିଶିଷ୍ଟ ପୈତୃକ ଘରେ, ଭାଟିଶାଳଗୁଡ଼ାର ୨ମହଲା ବିଶିଷ୍ଟ  ବାସଭବନରେ ଓ ନିୟନ୍ତ୍ରିତ ବଜାର କମିଟିର ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।

ଭିଜିଲାନ୍ସ ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ଅଶୋକ ନନ୍ଦଙ୍କର ୭ଟି ଚାରିଚକିଆ ଗାଡ଼ି ରହିଥିବା ସୂଚନା ପାଇଛି। ଚଢ଼ାଉ ସମାପ୍ତ ପରେ ହିଁ ସର୍ବମୋଟ ଆକଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ।

The post ନବରଙ୍ଗପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ଏମ୍‌ସିର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.



from ଜିଲ୍ଲା – Sambad https://ift.tt/3dpIhxb