
ବୌଦ୍ଧ: ବୌଦ୍ଧସ୍ଥିତ ମହାନଦୀର ନିର୍ମାଣଧୀନ ମର୍ଜାକୂଦ ବ୍ରିଜ ନିକଟରୁ ବୁଧବାର ଏକ ଅଜଣା ଗଳିତ ମୃତଦେହ ଉଦ୍ଧାର ହୋଇଛି। ଅର୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଏହି ମୃତ ଶରୀରର କେବଳ କଙ୍କାଳ ଦେଖିବାକୁ ମିଳିଛି।
ଏ ନେଇ ବୌଦ୍ଧ ଥାନାଧିକାରୀ ତପସ୍ୱିନୀ କହଁର କହିଛନ୍ତି, ‘ଯେହେତୁ ଉଦ୍ଧାର କଙ୍କାଳର କିଛି ଅଂଶ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି ଯେ କୌଣସି ମୃତ ବ୍ୟକ୍ତିକୁ ପୋଡ଼ା ଯାଉଥିବା ବେଳେ ତାହା ଅଧ ପୋଡ଼ା ରହିଯାଇଥିଲା ଓ ପରବର୍ତ୍ତୀ ସମୟରେ ନଦୀର ଜଳ ପ୍ରବାହରେ ଭାସି ଯାଇଛି।
ତେବେ ଉଦ୍ଧାର ହୋଇଥିବା ଗଳିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ଅନ୍ୟ ତଥ୍ୟ ସ୍ପଷ୍ଟ ହୋଇପାରିବ ବୋଲି ତପସ୍ୱିନୀ କହଁର କହିଛନ୍ତି।
The post ମହାନଦୀର ନିର୍ମାଣଧୀନ ମର୍ଜାକୂଦ ବ୍ରିଜ ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର first appeared on Sambad.
from ଜିଲ୍ଲା – Sambad https://ift.tt/2SP3yXQ
0 Comments