
ମାଲକାନଗିରି: ମାଲକନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଦନ୍ତେୱାଡ଼ା ଡିଆରଜି ଯବାନ କିରନ୍ଦୁଲ, ଫରସପାଲ, ମିରତୁର ଅଞ୍ଚଳରେ ଥିବା ଇଣ୍ଡିପାଲ ନିକଟସ୍ଥ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ଜାଣିବା ପରେ ଚଢ଼ାଉ କରିଥିଲେ। ନକ୍ସଲ ଯବାନଙ୍କୁ ଦେଖି ଖସି ପଳାଇ ଥିବା ବେଳେ କ୍ୟାମ୍ପରେ ସବୁ ଜିନିଷ ଛାଡ଼ି ଚାଲିଯାଇଥିବା ଜଣା ପଡ଼ିଛି।
କ୍ୟାମ୍ପରୁ ପୁଲିସ ଦୁଇଟି ବନ୍ଧୁକ, ନକ୍ସଲଙ୍କ ପୋଷାକ, ଟେଣ୍ଟ, ଆଇଡି ସ୍ବିଚ, ଟର୍ଚ୍ଚ, ପଲିଥିନ, ଛୁରୀ ଇତ୍ୟାଦି ଜବତ କରିଛି। ମାଓ ସାମଗ୍ରୀ ଜବତ ପରେ ଯବାନମାନେ ମାଓ କ୍ୟାମ୍ପକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମାଓ କ୍ୟାମ୍ପ ନିକଟସ୍ଥ ସମସ୍ତ ଅଞ୍ଚଳରେ ଯବାନ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ମାଓବାଦୀକୁ ଧରାଯାଇ ପାରିନାହିଁ।
The post ମାଓ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/3nHKnNI
0 Comments