ନୟାଗଡ଼: ସାରା ରାଜ୍ୟରେ ବର୍ଷ‌ା ଘଡ଼ଘଡ଼ି ଲାଗି ରହିଥିବା ବେଳେ ବୁଧବାର ସକାଳୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକସ୍ଥିତ ଡିହଙ୍ଗାରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଦ୍ବୟ ହେଲେ ଉକ୍ତ ଗ୍ରାମର ଉଦୟନାଥ ପ୍ରଧାନ ଓ ଆଶାଲତା ସାହୁ।

ସୂଚନାରୁ ଜାଣିବାକୁ ମିଳିଛି ଯେ ଉଦୟନାଥ ସକାଳୁ ଉଠି ନିଜ ଜମି ଦେଖିବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ସେଇଭଳି ଆଶାଲତା ନଦୀବନ୍ଧକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ସକାଳୁ ସକାଳୁ ଏଭଳି ଖବର ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

ସେମାନଙ୍କୁ ସେମାନଙ୍କ  ପରିବାର ଲୋକ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶରୀର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

The post ନୟାଗଡ଼: ଦଶପଲ୍ଲାର ଡିହଙ୍ଗା ଗ୍ରାମରେ ବଜ୍ରପାତରେ ୨ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/372xJmA