ରାଉରକେଲା : ସ୍କର୍ପିଓ ଜାଳି ଦେଲେ ଦୁର୍ବୃତ୍ତ l ଆଜି ଭୋର ପ୍ରାୟ ସାଢେ ପାଞ୍ଚଟାରେ ଏମିତି ଘଟଣା ଘଟିଛି ଉଦିତନଗର ସାରନା ଛକ-ତାରକେରା ହେକେଟ ରୋଡରେ l ଡିଏସପି ଅସୀମ ପଣ୍ଡା ଓ ଟାଙ୍ଗରପାଲି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି l

ମିଳିଥିବା ସୂଚନା ମୁତାବକ ଆଜି ଭୋର ସମୟରେ ଏକ ସ୍କର୍ପିଓରେ ଜଣେ ମହିଳାଙ୍କ ସମେତ ତିନି ଜଣ ଯୁବକ କିଛି ଆପତ୍ତିଜନକ ଜିନିଷ ନେଇ ଲାଠିକଟାରୁ ହେକେଟ ରୋଡ ଦେଇ ରାଉରକେଲା ଆଡ଼କୁ ଆସୁଥିଲେl ହେକେଟ ରୋଡ ନିକଟରେ କିଛି ଦୁର୍ବୃତ୍ତ ଗାଡିକୁ ଅଟକାଇ ଥିଲେ l ପରେ ଗାଡ଼ି ଭିତରୁ ତିନି ଜଣଙ୍କୁ ବାହାରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେl ବୋଝେଇ ହୋଇଥବା ଆପତ୍ତିଜନକ ଜିନିଷକୁ ଫିଙ୍ଗି ଦେଇ ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ l ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୃର୍ବରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା l

The post ରାଉରକେଲା: ଆପତ୍ତିଜନକ ସାମଗ୍ରୀ ନେଇ ଯାଉଥିବା ସ୍କର୍ପିଓକୁ ଜାଳି ଦେଲେ ଦୁର୍ବୃତ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/2Gc0ZfN