କାଶୀପୁର: କୋରାପୁଟ ଜିଲ୍ଲାର କାଶୀପୁର ବ୍ଳକ ଦୋରଗୁଡା ଥାନା ଅନ୍ତର୍ଗତ ମାଳାଆମ୍ବ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବତୀ ପୂଜା ଅବସରରେ ଘର କାନ୍ଥରେ ଚୁନ ଲିପା କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିିଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ମୃତକ ଜଣକ ହେଉଛନ୍ତି ମାଳାଆମ୍ବ ଗ୍ରାମର ପ୍ରମୋଦ ଝଡ଼ିଆଙ୍କ ଝିଅ ରାଜନ୍ତି ଝଡ଼ିଆ (୧୭)। ରବିବାର ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ପ୍ରମୋଦ ଏବଂ ଝିଅ ରାଜନ୍ତି ଭିନ୍ନ କାମରେ ଲାଗିଥିଲେ। ପ୍ରମୋଦ ରୋଷେଇ ଘରେ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଝିଅ ରଜନ୍ତି ଘର ଚୁନ ମାରୁଥିଲେ । ହେଲେ କାନ୍ଥ ରେ ଚୁନ ମାରୁଥିବା ବେଳେ ଘରକୁ ସଂଯୋଗ ଥିବା ମେନ୍‌ ସ୍ୱିଚ ନିକଟରେ ଥିବା ବିଦ୍ୟୁତ ତାରରେ ଓଦା କପଡ଼ା ବାଜି ଯାଇଥିଲା। ଫଳରେ ରଜନ୍ତିକୁ କରେଣ୍ଟ୍‌ ଲାଗିଥିଲା।

ଝିଅ ରଜନ୍ତିର ପାଟି ଶୁଣି ପ୍ରମୋଦ କୌଣସି ଅଘଟଣ ଘଟିଥିବା ସନ୍ଦେହରେ ଆସି ଦେଖିଲା ବେଳେ ଗୁରୁତର ଅବସ୍ଥାରେ ରଜନ୍ତି କାନ୍ଥରେ ଆଉଜି ହେଇ ରହିଥିଲେ । ବିଦ୍ୟୁତ ସଂସ୍ପର୍ଶରେ ଆସି ଏପରି ହେଇଥିବା ଜାଣି ପ୍ରମୋଦ ଝଡ଼ିଆ ତୁରନ୍ତ ଲାଇନ କାଟ କରି ରଜନ୍ତିକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲେନ୍ସରେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ରଜନ୍ତିଙ୍କର ହସ୍ପିଟାଲ୍‌ ଯିବା ରାସ୍ତାରେ ମୃତ୍ୟୁ ହେଇଯାଇଥିଲା । ଏ ସଂକ୍ରାନ୍ତରେ ପ୍ରମୋଦ ଝଡ଼ିଆ ଝିଅ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

The post କାଶୀପୁର: କାନ୍ଥରେ ଚୁନ ଦେଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବତୀ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/31HUZms