
କନକତୋରା : ଲଖନପୁର ବ୍ଲକ୍ ସୀମାନ୍ତ ଅଞ୍ଚଳ କୁହାକୁଣ୍ଡା ଛକରୁ ସାପଖଣ୍ଡ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବି ପରେ ପ୍ରଶାସନ ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସୁନ୍ଦର ଚଉଡ଼ା ରାସ୍ତା ନିର୍ମାଣ କରିଛନ୍ତି। ଏହି ରାସ୍ତା ଉପରେ ରାଜ୍ୟ ସୀମାନ୍ତ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଗମନାଗମନ ପାଇଁ ନିର୍ଭର କରୁଛନ୍ତି। ହେଲେ ଏହି ରାସ୍ତା ଉପରେ ଭାରୀଯାନ ଚଳାଚଳ ଉପରେ କଟକଣା ରହୁ ନଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ରାସ୍ତା ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
ବର୍ତ୍ତମାନ ଏହି ରାସ୍ତାରେ ପଡ଼ୋଶୀ ରାଜ୍ୟର ରାଇଗଡ଼ ଜିଲ୍ଲା ଅନ୍ତର୍ଗତ ଏମ୍ଏସ୍ପି କାରଖାନାକୁ ଓଡ଼ିଶାରୁ ଭାରୀ ଯାନଗୁଡ଼ିକ ଯାଉଛି। ପୁଣି ଏହି ଭାରୀ ଯାନଗୁଡ଼ିକ କ୍ଷମତାରୁ ଅଧିକ ମାଲ ବୋଝେଇ କରି ନେଉଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ଜିଲ୍ଲା ପୂର୍ତ୍ତ ବିଭାଗ ମୁଖ୍ୟ ଅଧିକାରୀ ଆଶିଷ ନାଥ ପ୍ରତିକ୍ରିୟାରେ ପ୍ରକାଶ କହିଛନ୍ତି, ଯଦି ଏହି ରାସ୍ତାରେ ଅସାଧୁ ଉପାୟରେ କ୍ଷମତାରୁ ଅଧିକ ଓଜନ ଗାଡ଼ି ଚଳାଚଳ କରୁଛି ରାସ୍ତା ପାର୍ଶ୍ୱରେ ଥିବା ଗାଁର ଗ୍ରାମବାସୀ ବିରୋଧ କରି ଏହି ରାସ୍ତା ରକ୍ଷଣାବେକ୍ଷଣରେ ପ୍ରଶାସନକୁ ସାହାଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି।
The post ଭାରୀଯାନ ଚଳାଚଳରେ ଅଙ୍କୁଶ ନାହିଁ, କୁହାକୁଣ୍ଡା ନବନିର୍ମିତ ରାସ୍ତା ନଷ୍ଟ ହେବା ଆଶଙ୍କା first appeared on Sambad.
from ଜିଲ୍ଲା – Sambad https://ift.tt/31OjdeW
0 Comments