
ଭଦ୍ରକ: ପୁଲିସ୍ ଇନଫର୍ମର ସନ୍ଦେହରେ କୋଇଲା ମାଫିଆମାନେ ଜଣେ ବ୍ୟକ୍ତିଙ୍କ କାର୍ ଜାଳିଦେଇଥିବା ଘଟଣା ଭଦ୍ରକ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
କୋଇଲା ମାଫିଆଙ୍କ ବିଷୟରେ ପୁଲିସକୁ ନିୟମିତ ତଥ୍ୟ ଦେବାରୁ, ଘର ନିକଟରେ ଥିବା ପ୍ରତାପ ବେହେରାଙ୍କ ହୁଣ୍ଡାଇ କାରଟିକୁ ଜାଳିଦେଇଛନ୍ତି ମାଫିଆ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଇଚ୍ଛାପୁର ପରିବିନ୍ଧା ମାରପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ କୋଇଲା ଚୋରି କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଫିଆମାନେ ମାଲାମାଲ ହେଉଛନ୍ତି।
ଏହି ଘଟଣା ବାରମ୍ଵାର ଘଟୁଛି। ଏନେଇ ଗତକାଲି ଆର ପି ଏଫ ପୁଲିସ ଇଚ୍ଛାପୁର ନିକଟରେ ଚଢଉ କରୁଥିବା ବେଳେ, କେଉଁଠି କୋଇଲା ଚୋରି ହେଉଛି ବୋଲି ଉକ୍ତ ଗ୍ରାମର ପ୍ରତାପ ବେହେରାଙ୍କୁ ପଚାରିଥିଲେ। ସେ ମଧ୍ୟ କୋଇଲା ଚୋରି ହେଉଥିବାର ଠିକଣା ପୁଲିସକୁ ଜଣାଇଥିଲେ। ଏହି ରାଗରେ ମାଫିଆମାନେ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି। ଆର ପି ଏଫ ପୁଲିସ୍ ଗତକାଲି ରାତିରେ ଚଢଉ କରି କେତେକ କୋଇଲା ଚୋରାଚାଲାଣ କରୁଥିବା ଗାଡ଼ିକୁ ଜବତ କରିଛି। ଏହାଛଡ଼ା ବିପୁଳ ପରିମାଣର କୋଇଲା ବି ଜବତ କରିଥିବା ଜଣାଯାଇଛି।
The post ପୁଲିସ୍ ଇନଫର୍ମର୍ ସନ୍ଦେହରେ କାର୍ ଜାଳିଦେଲେ କୋଇଲା ମାଫିଆ first appeared on Sambad.
from ଜିଲ୍ଲା – Sambad https://ift.tt/3lGqa9j
0 Comments