ଯାଜପୁର: ଯାଜପୁର ପୌରାଞ୍ଚଳର ହାବେଳୀ ବଜାର ନିକଟରେ ଥିବା ଦୁଇଟି ଗୋଦମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ବି ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ଏବଂ କାଗଜ ଜଳି ପାଉଁଶ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଗୋବିନ୍ଦ ତ୍ରିପାଠୀଙ୍କ ଅଫିସ ଷ୍ଟେସନାରି ଦୁଇଟି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହାଫଳରେ ସେଠାରେ ଗଚ୍ଛିତ ଥିବ ଲକ୍ଷାଧିକ  ଟଙ୍କାର ଅଫିସ ଷ୍ଟେସନାରି ଏବଂ କାଗଜ ଜଳି ପାଉଁଶ ହୋଇଯାଇଛି।

ଘଟଣା ସଂପର୍କରେ ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଗୋବିନ୍ଦ ତ୍ରିପାଠୀ ଗୋଦାମର ଘରେ ସକାଳେ ପୂଜା କରିବା ପରେ କବାଟରେ ଜଳନ୍ତା ଧୂପକାଠିକୁ ରଖି ଆସିଥିଲେ। ଧୂପକାଠିର ନିଆଁରେ ଏଭଳି ଅଘଟଣ ହୋଇଥିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଗୋବିନ୍ଦ ତ୍ରିପାଠୀ ଜଣେ ଅଫିସ ଷ୍ଟେସନାରି ବିକ୍ରେତା।

The post ଅଗ୍ନିକାଣ୍ଡରେ ଗୋଦାମ ଜଳିଗଲା, ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ନଷ୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/2GXbtj2