କରିଲୋପାଟଣା : ଥରେ କି ଦୁଇ ଥର ନୁହେଁ ୪୦ ଥରରୁ ଅଧିକ ହେବ ଲଣ୍ତା ହେଲେଣି ଯୁବକ। ତାହା ପୁଣି ଗାଁ ଲୋକଙ୍କ ପାଇଁ। ଏହି ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ କରିଲୋପାଟଣା ପଂଚାୟତ ଗୋପେଇ (ପଣସୁଆପଡା) ଗାଁର ପ୍ରମୋଦ ଦାଶ(୩୮)।

ଗାଁରେ ଯେ କୌଣସି ଜାତିର, ଧର୍ମର ଅବା ସଂପ୍ରଦାୟର ବ୍ୟକ୍ତି ମୃତ୍ୟୁବରଣ କଲେ ତାଙ୍କ ପରିବାର ଲୋକଙ୍କ ସହ ପ୍ରମୋଦ ମଧ୍ୟ ଶୁଦ୍ଧି କାର୍ଯ୍ୟରେ ସାମିଲ ହୋଇ ଲଣ୍ତା ହୋଇ ପଡନ୍ତି। ମୃତବ୍ୟକ୍ତିଙ୍କ ଆତ୍ମୀୟ ସ୍ବଜନଙ୍କ ପରି ନିଷ୍ଠାର ସହ ଶୁଦ୍ଧିକ୍ରିୟାର ସମସ୍ତ କାର୍ଯ୍ୟ ମଧ୍ୟ କରନ୍ତି। ଜଣେ ସାମାଜିକ କର୍ମୀ ଭାବେ ନିଜ ପଂଚାୟତ ତଥା ପଡ଼ୋଶୀ ପଂଚାୟତରେ ପ୍ରମୋଦ ବେଶ ଜଣାଶୁଣା।
ପ୍ରକାଶଥାଉକି, ପ୍ରମୋଦ ଜଣେ କ୍ରିକେଟ୍ ଭାଷ୍ୟକାର ଭାବେ ଜଣାଶୁଣା। ସେ ଓଡ଼ିଆ ଓ ହିନ୍ଦି ଭାଷାରେ କମେଂଟ୍ରି କରି ପାରନ୍ତି।
The post ଗାଁ ଲୋକଙ୍କ ପାଇଁ ୪୦ଥର ଲଣ୍ତା ହେଲେଣି ପ୍ରମୋଦ first appeared on Sambad.
from ଜିଲ୍ଲା – Sambad https://ift.tt/3dkoxLz
0 Comments