
ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରାଜକିଶୋର ବେହେରା।
ଝଙ୍କଡ଼ ଶାରଳାଙ୍କ ପୀଠରୁ ସେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଆସି ଅଧିକାରୀ ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜକିଶୋର ନାମାଙ୍କନ ଦାଖଲ କରିବା ସମୟରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଉପସ୍ଥିତ ଥିଲେ।
ରାଜକିଶୋର ପ୍ରତିକ୍ରିୟାରେ କହିଛନ୍ତି, ‘ ବିଜେଡି ସରକାର ବାରମ୍ବାର ତିର୍ତୋଲବାସୀଙ୍କୁ ଠକିଛି। ବିଜେପି ଲୋକଙ୍କ ପାଖକୁ ଯିବ। ମୌଳିକ ସମସ୍ୟାର ସମାଧନ କରିବ ଏବଂ ନିଶ୍ଚୟ ବିଜୟୀ ହେବ।’
The post ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ରାଜକିଶୋର first appeared on Sambad.
from ଜିଲ୍ଲା – Sambad https://ift.tt/312zTyL
0 Comments