
ରା.ଉଦୟଗିରି: ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁଙ୍କୁ ଖୋଲାଖୋଲି ଭାବେ ଯେଉଁ ଭଳି ଭାବେ ଅପମାନିତ କରାଯାଇଛି ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗାନ୍ଧୀ ଜୟନ୍ତୀଙ୍କୁ ମାତ୍ର ୩୦ ଦିନ ନ ବିତୁଣୁ ବାପୁ ଓ ଗୋପବନ୍ଧୁଙ୍କ ପ୍ରତିିମୂର୍ତ୍ତିରେ କେହି ଅମାନୁଷିକ ବ୍ୟକ୍ତି କାଦୁଅ ଲେପିଥିବା ଦେଖିବାକୁ ମିଳିଛି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅକ୍ଟୋବର ୨ ତାରିଖ ପୂର୍ବରୁ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପାର୍କକୁ ନୂତନ ରୂପରେଖ ଦେବାକୁ ଚେଷ୍ଟା କରାଯାଇଥିଲା । ପ୍ରତିବର୍ଷ ଗଣତନ୍ତ୍ର ଦିବସ ଓ ସ୍ଵାଧୀନତା ଦିବସ ପାଇଁ ମଧ୍ୟ ସରକାରୀ ଅର୍ଥରେ ଅଞ୍ଚଳକୁ ସଫେଇ କରାଯାଏ।
ଦେଶର ବୀର ପୁତ୍ର ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ରଙ୍ଗ କରାଯାଇ ଦୃଶ୍ୟ ଉପଯୋଗୀ କରାଯାଏ । କିଛି ଦିନ ପରେ ସ୍ଥିତି ପୁୁଣି ବଦଳି ଯାଏ। ପଞ୍ଚାୟତ ପକ୍ଷରୁ ଯେତେ ଚେଷ୍ଟା କରାଯାଇ ଅଞ୍ଚଳକୁ ସିଲ୍ କରାଗଲେ ମଧ୍ୟ କେହି ନା କେହି ଏହି ଦୁଇ ପଥର ମୂର୍ତ୍ତିକୁ କୁରୂପ କରି ଦେଇଯାଏ। ସେଠାରେ ପଡ଼ିଥିବା ଚାବି ଅନେକ ଥର ଭଙ୍ଗା ଯାଇଛି।
ନିକଟରେ ବାପୁ ଓ ଉତ୍କଳମଣିଙ୍କ ମୁହଁରେ ବାଲି ମାଟି ଲେପି ଦେବା ସହ ମୁଣ୍ଡରେ ମୁକୁଟ ଲଗାଇ କେହିି ଜଣେ ଏହି ଦୁଇ ମହାନ ପୁରୁଷଙ୍କ ମର୍ଯ୍ୟାଦାହାନି କରିବାକୁ ଚେଷ୍ଟା କରିଛି। ରା.ଉଦୟଗିରି ସ୍ଥିତ ଗଜପତି ବ୍ୟାଡ୍ମିଣ୍ଟନ୍ କ୍ଲବର କିଛି ସଦସ୍ୟ ଏହାର ପୂର୍ବ ସ୍ଵରୂପ ଫେରାଇ ଆଣିବାକୁ ଚେଷ୍ଟା କରିଥିବା ବେଳେ ଏହି ଘଟଣା ସେମାନଙ୍କୁ ମର୍ମାହତ କରିଛି। ଏନେଇ ଥାନାରେ ଅଭିଯୋଗ କରାଯିବ ବୋଲି ସୂଚନା ରହିଛି।
The post ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଅପମାନ! ପ୍ରତିମୂର୍ତ୍ତିରେ କାଦୁଅ ଓ ବାଲିର ଲେପ first appeared on Sambad.
from ଜିଲ୍ଲା – Sambad https://ift.tt/3juN4Ph
0 Comments