
ରା.ଉଦୟଗିରି: ଅଲକ୍-୫ ଆରମ୍ଭ ହେବା ପରଠାରୁ ହାଟ ଆଉ ହାଟରେ ବସୁନି । ହାଟ ଏଠି ବାଟରେ ବସୁଛି। କୋଭିଡ୍ କଟକଣା ଏପର୍ଯ୍ୟନ୍ତ ଥିଲେ ମଧ୍ୟ ଏହାକୁ ମାନିବାକୁ ଯେମିତି ନାରାଜ ହାଟୁଆମାନେ। ଲକଡାଉନ୍ ଓ ସଟଡାଉନ୍ ପ୍ରକ୍ରିୟା ସମୟରେ ହାଟ ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ରା.ଉଦୟଗିରି ତହସିଲଦାର କଟକଣା ଜାରି କରିଥିଲେ। କରୋନା ସଂକ୍ରମଣକୁ ରୋକିବା ଏବଂ ଅନ୍ୟମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ତହସିଲଦାର ସ୍ମୃତିରଂଜନ ଶତପଥୀ ହାଟର ସୀମାରେଖା ନିର୍ଦ୍ଧାରଣ କରିଥିଲେ।
ହାଟ ବାଟରେ ବସିବା ହେତୁ ଅଗଷ୍ଟ ମାସରେ ୨ ପାଳି ସେମିତି ହାଟ ଲମ୍ବି ଯାଇଥିଲା ମହାବିଦ୍ୟାଳୟ ପର୍ଯ୍ୟନ୍ତ । ତେବେ ସେପ୍ଟେମ୍ବର ୧ତାରିଖରୁ ଅଲକ୍ -୫ ଆରମ୍ଭ ହେବା ପରଠାରୁ ହାଟ ବ୍ୟବସାୟୀମାନେ ଯେମିତି ସମସ୍ତ ଲକ୍ଷ୍ମଣରେଖା ଟପି ଯାଇଛନ୍ତି । ଅମାନିଆ ହାଟୁଆ ସରକାରୀ ପ୍ରତିନିଧିଙ୍କ ଦ୍ଵାରା ନିର୍ଦ୍ଧାରିତ ଲକ୍ଷ୍ମଣ ରେଖା ଟପି ପୁନର୍ବାର ଦେୱାନୀ ଅଦାଲତ, ପଞ୍ଚାୟତ ଏବଂ ଶିବମନ୍ଦିର ଡେଇଁ ଗାଁ ଭିତରକୁ ପଶି ଆସିଛନ୍ତି। ହାଟୁଆଙ୍କ ସୁରକ୍ଷା ପାଇଁ ଯେଉଁ ଉଦ୍ୟମ ଚାଲିଥିଲା ତାହା ଫସର ଫାଟିବାକୁ ବସିଛି।
ବାଟରେ ହାଟ ବସୁଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ପୂର୍ବଭଳି ବୃଦ୍ଧି ପାଇଛି। ଯଦି ଏମିତି ପ୍ରକ୍ରିୟା ଜାରି ରହେ ତେବେ ଅଘଟଣକୁ ଏଡ଼ାଇ ହେବ ନାହିଁ।
The post ରା.ଉଦୟଗିରି: ବାଟରେ ହାଟ ବସୁଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା! first appeared on Sambad.
from ଜିଲ୍ଲା – Sambad https://ift.tt/2Ts6LNf
0 Comments