ରାୟଗଡ଼ା/ଗୁଣପୁର: ପଥର ଖାଦାନରେ ଆଜି ଅପରାହ୍ଣ ସମୟରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁଁ ଜଣେ ମହିଳାଙ୍କ ସମେତ ମୋଟ୍ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଦ୍ୱାରା ଅନ୍ୟ ୬ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ ଗୁଣୁପୁର ଥାନା ଅନ୍ତର୍ଗତ ଓକିଲଗୁଡ଼ା ନିକଟରେ ଥିବା ଏକ ପଥର ଖାଦାନରେ ନୁଙ୍ଗୁରୁତାଲ୍ ଗ୍ରାମର ଶ୍ରମିକମାନେ କାମ କରୁଥିଲେ। ଖାଦାନରେ ବିସ୍ଫୋରଣ ପରେ ପଥର ଖଣ୍ଡଗୁଡ଼ିକ ଶ୍ରମିକଙ୍କ ଦେହରେ ଆସି ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ବେବେ ବିସ୍ଫୋରଣ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି।
The post ପଥର ଖାଦାନରେ ବିସ୍ଫୋରଣ: ଜଣେ ମହିଳା ସମତେ ୩ ଶ୍ରମିକଙ୍କ ମୃତ୍ୟୁ, ୬ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3dELyJm
0 Comments