ଖୋର୍ଦ୍ଧା/ବେଗୁନିଆ : ମାମଲା ରୁଜୁ ନକରିବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ବେଗୁନିଆ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ବେଗୁନିଆ ପରିଛଳ ଅଧୀନ କୋଚିଆଖାଲର ଚୈତନ୍ୟ ମହାରଣା ଜଣେ କାଠ ବେପାରୀ। ତାଙ୍କ ଘରେ କିଛି ଦିନ ପୂର୍ବେ ଏକ ବେଆଇନ ବନ୍ୟଜାତ ସମ୍ପଦ କାରବାର ଅଭିଯୋଗକୁ ନେଇ ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ଚଢ଼ଉ କରିଥିଲେ। ଚଢ଼ଉରେ କୌଣସି ଆପତ୍ତିଜନକ ବସ୍ତୁ ଜବତ ହୋଇନଥିଲା। ତେବେ ଫରେଷ୍ଟର ଏହାପରେ ଚୈତନ୍ୟଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରିବାକୁ ଧମକାଇବା ସହ ୫ହଜାର ଟଙ୍କା ଦାବି କରୁଥିଲେ। ଏନେଇ ଚୈତନ୍ୟ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଆଜି ଚୈତନ୍ୟଙ୍କଠାରୁ ୫୦୦୦ଟଙ୍କା ନେଇ କାର୍ଯ୍ୟାଳୟରେ ଫରେଷ୍ଟ ଗାର୍ଡ ଦୁର୍ଗାଚରଣ ପଣ୍ଡା ଓ ଫରେଷ୍ଟର ଶ୍ରୀ ମୁଦୁଲିଙ୍କୁ ଦେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ନିକଟରୁ ରଙ୍ଗବୋଳା ନୋଟ୍ ଜବତ କରାଯାଇଛି ଓ ଫରେଷ୍ଟରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

The post ଭିଜିଲାନ୍ସ ଜାଲରେ ବେଗୁନିଆ ଫରେଷ୍ଟର, ଗାର୍ଡ first appeared on Sambad.



from ଜିଲ୍ଲା – Sambad https://ift.tt/3o2zvdI