କଟକ: ବିରଜା ମନ୍ଦିରରେ ରଥଯାତ୍ରା ଆୟୋଜନ ଅନୁମତି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ୧୯ ନିୟମାବଳୀ ଅନୁସାରେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟରେ ପୃଥକ ଭାବେ ଦାୟର ମାମଲାର ଏକତ୍ର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦେଶ ଦେଇଛନ୍ତି।

ମମଲାର ବିବରଣୀରୁ ପ୍ରକାଶ ଯେ ଶାରଦୀୟ ଦୁର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବହମାନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା’ ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରଥଯାତ୍ରା ନ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କରେନା କଟକଣା ଗାଇଡଲାଇନ ଭିତରେ ରଥଯାତ୍ରା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିଲା । ରଥଯାତ୍ରା ବନ୍ଦ ହୋଇଗଲେ ଧର୍ମୀୟ ଭାବନା କୁଠାରଘାତ ହେବା ସହ ଦୀର୍ଘ ବର୍ଷର ପରମ୍ପରା ଛିନ୍ନ ହେବ। ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉ ନଥିବା ବେଳେ ତାହା କେବଳ ବିରଜାକ୍ଷେତ୍ରରେ ମା’ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ବନ୍ଦ କରିବା ଉଚିତ ନୁହଁ ବୋଲି ବିରଜା ମନ୍ଦିର ସେବାୟତ ପରିଷଦ ପକ୍ଷରୁ ଦର୍ଶାଯାଇଛି।


Kalinga TV

ତେଣୁ ଯେଉଁ ପରି ଭାବେ ହାଇକୋର୍ଟ ଓ ସୁପ୍ରମିକୋର୍ଟ ପୁରୀ ରଥଯାତ୍ରା ହେବା ଉପରେ ରାୟ ପ୍ରକାଶ କରିଥିଲେ ସେପରି ଯାଜପୁରରେ ବି ସମାନ ଢ଼ଙ୍ଗରେ କରୋନା କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ଅନୁମତି ମିଳୁ ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା। ଗୋଟିଏ ପଟେ ରଥ ନିର୍ମାଣ କାର୍ଯ୍ୟ ଜାରି ଥିବା ବେଳେ ଏଠାରେ ରଥଯାତ୍ରକୁ ପୂର୍ବପୁରୁଷ ପାଳି ଆସୁଛନ୍ତି। ଦୁର୍ଗା ପୂଜାରେ ମା’ ରଥରେ ବସି ନଅ ଦିନ ଧରି ବେଢ଼ା ପରିକ୍ରମା କରନ୍ତି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ସେହିପରି ପ୍ରବୀର କୁମାର ରାୟ ମାମଲା ଦାୟର କରିଛନ୍ତି। ଏହି ମାମଲାକୁ ଆଇନଜୀବୀ ବିଜୟ କୁମାର ରଗଡ଼, ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ପରିଚାଳନା କରୁଛନ୍ତି।



from ଜିଲ୍ଲା – Sambad https://ift.tt/3lswWj0