
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନ ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆଜି (ଗୁରୁବାର) ଅପରାହ୍ନରେ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରା ଯାଇଥିବା ଏକ ଇସ୍ତାହାରରେ କୁହାଯାଇଛି ଯେ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ସାଇକ୍ଲୋନିକ୍ ପ୍ରବାହ ଏବେ ବି ଜାରି ରହିଛି ଏବଂ ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୧.୫ରୁ ୩.୧ କିଲୋମିଟର ମଧ୍ୟରେ ସକ୍ରିୟ ରହିଛି। ଏହି ସାଇକ୍ଲୋନିକ୍ ସଞ୍ଚାରଣ ପ୍ରଭାବରୁ ଗାଙ୍ଗେୟ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଥିବା ଟ୍ରଫ୍ ଲାଇନ୍ ବର୍ତ୍ତମାନ ସବ-ହିମାଳୟ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ସମୁଦ୍ର ପତ୍ତନଠାରୁ ୧.୫ରୁ ୨.୧ କିଲୋମିଟର ମଧ୍ୟରେ ଗତିଶୀଳ ହୋଇ ରହିଛି।
Weather Forecast & Warning:-
(Valid up to 0830 hrs IST of 09.10.2020)
Forecast: Light to moderate rain or thundershower very likely to occur at a few places over the districts of Coastal Odisha and at isolated places over the districts of Interior Odisha.
Warning: Nil pic.twitter.com/FbFzVsiJSJ— Meteorological Centre, Bhubaneswar (@mcbbsr) October 8, 2020
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଶୁକ୍ରବାର ମଧ୍ୟାହ୍ନ ମଧ୍ୟରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଥିବା କହିଛି ପାଣିପାଗ କେନ୍ଦ୍ର।
SPECIAL BULLETIN:- Likely formation of Low Pressure area over north Andaman Sea and adjoining east Central Bay of Bengal around 9th Oct, 2020. pic.twitter.com/XH15baE6Dt
— Meteorological Centre, Bhubaneswar (@mcbbsr) October 8, 2020
ଅନ୍ୟପକ୍ଷରେ ଆସନ୍ତାକାଲି, ୯ ଅକ୍ଟୋବର ୨୦୨୦ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବକେନ୍ଦ୍ରୀୟ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି। ଏହା ୧୧ ଅକ୍ଟୋବର ଅପରାହ୍ନ/ ସନ୍ଧ୍ୟାରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୧ରୁ ୧୩ ତାରଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।
from ଜିଲ୍ଲା – Sambad https://ift.tt/2GF5SOt
0 Comments