
କେନ୍ଦୁଝର : କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ନକଲି ଭିଡିଓ ଭାଇରାଲ ଘଟଣାରେ କେନ୍ଦୁଝର ପୁଲିସ ଗତ ୧୫ ତାରିଖରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଉଠାଇ ନେଇ ଛାଡ଼ିଦେଇଥିଲା। ଆଜି ତାଙ୍କୁ କେନ୍ଦୁଝର ଟାଉନ ଥାନାରେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲା। ସାମ୍ବାଦିକ ଶ୍ରୀ ରଥ ହାଜର ହୋଇନଥିବାବେଳେ ତାଙ୍କ ଓକିଲ ଧନଞ୍ଜୟ ନାୟକ ଉପସ୍ଥିତ ରହି ରମେଶଙ୍କ ଅସୁସ୍ଥତା ସଂପର୍କରେ ଜଣାଇବା ସହ ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ଥାନାରେ ହାଜର ହେବାପାଇଁ ଶ୍ରୀ ରଥଙ୍କୁ ୧୫ ଦିନ ସମୟ ଦେବାକୁ ନିବେଦନ କରିଥିଲେ। ନଭେମ୍ବର ୫ ତାରିଖରେ ହାଜର ହେବାକୁ ତାଙ୍କୁ ପୁନର୍ବାର ନୋଟିସ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୯ ଏପ୍ରିଲ ୯ ତାରିଖରେ ଚନ୍ଦ୍ରାଣୀଙ୍କ ମାମୁ ସୌଭାଗ୍ୟ ସୋରେନ କେନ୍ଦୁଝର ଟାଉନ ଥାନାରେ ନକଲି ଭାଇରାଲ ଭିଡିଓ ସଂପର୍କରେ ଅଭିଯୋଗ କରିଥିଲେ। ଏନେଇ ଟାଉନ ଥାନାରେ କେସ୍ ନମ୍ବର ୧୦୬/୧୯ ଦଫା ୨୯୧ ଏ, ୩୫୪ ଏ, ୫୦୦, ୫୦୯, ୪୬୫, ୪୬୯, ୧୨୦ (ବି), ୩୪ ଆଇପିସି, ସେକ୍ସନ-୬, ଆଇଆର୍ଡବ୍ଲ୍ୟ ଆକ୍ଟ, ୧୨୩ ଆର୍ଡି ଆକ୍ଟ, ୬୭, ୬୭(ଡି)ରେ ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ପ୍ରଥମେ ବିଜେପିର ଦୁଇଜଣ କର୍ମୀ ଢେଙ୍କିକୋଟର ଜୟଦେବ ଗିରି, ଶୁଆକାଟିର ବିଷ୍ଣୁଦତ୍ତ ବାରିକଙ୍କୁ ଏପ୍ରିଲ ୧୦ ତାରିଖରେ ଗିରଫ କରିଥିଲା। ପରେ ୧୧ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହରିଶଙ୍କରପୁର ଗାଁର ଚିନ୍ମୟ ସେନାପତି ଓ ଏପ୍ରିଲ ୧୪ ତାରିଖରେ ଜଣେ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଥିଲା। ୧୯ ଏପ୍ରିଲରେ ଓଟିଭି ସାମ୍ବାଦିକ ସୀମାଞ୍ଚଳ ପାତ୍ରଙ୍କୁ ପୁଲିସ ଗିରଫ କରିଥିଲା।
The post ନକଲି ଭିଡିଓ ଭାଇରାଲ ଘଟଣା: ଥାନାରେ ହାଜର ହେଲେନି ଓଟିଭି ସାମ୍ବାଦିକ first appeared on Sambad.
from ଜିଲ୍ଲା – Sambad https://ift.tt/37sUkJl
0 Comments