
ଚଣ୍ତିଖୋଲ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଅବସରରେ ବିଜେଡି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏ ଅବସରରେ ବଡ଼ଚଣା ବ୍ଲକ ବିଜୁ ଯୁବଛାତ୍ର ଜନତା ପକ୍ଷରୁ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଚଣ୍ତିଖୋଲସ୍ଥିତ ବିଜୁ କଲ୍ୟାଣମଣ୍ତପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରୁ ମୋଟ ୨୧୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।
ମୁଖ୍ୟ ଅତିଥି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏହି ଶିବିରକୁ ଉଦ୍ଘାଟନ କରିବା ସହ ଏହା ରକ୍ତର ଅଭାବ ଦୂର କରିବାରେ ସହାୟକ ହେବ ବୋଲି କହିଥିଲେ। ଏଥିରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡ. ରଶ୍ମିରଞ୍ଜନ ପଶାୟତ, ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲ, ଉପସଭାପତି ନିରଞ୍ଜନ ସେନାପତି, ପଞ୍ଚାନନ ଧଳ, ସାଧାରଣ ସମ୍ପାଦକ ବିପିନ ବିହାରୀ ଜେନା, ଜିଲ୍ଲା ବିଜେଡି ସଭାପତି ପୂଜାରାଣୀ ବଳ, ସଂଜୟ କୁମାର ସ୍ବାଇଁ, ବିନୟ ପୃଷ୍ଟି, ସରପଞ୍ଚ ଯଯାତି କେଶରୀ ରାଉତ, ନିବେଦିତା ସାହୁ, ଫନୀନ୍ଦ୍ର ପଣ୍ତା, ପ୍ରଭାକର ସାହୁ, ଅମ୍ବିକା ପ୍ରସାଦ ମହାନ୍ତି, ନବଦ୍ବୀପ ନାୟକ, ଅମିନ ନାୟକ, ଭାବଗ୍ରାହୀ ବିଶ୍ବାଳ, ରଣଜିତ ସିଂହ, ରଞ୍ଜିତ ସାମଲ, ବିଶ୍ବଜିତ ଜେନା, କାଜଲ କିରଣ ପ୍ରଧାନ, ସୁଜିତ ସାମଲ, ପିନାକୀ ପ୍ରସାଦ ଜେନା, ପବିତ୍ର ପରିଡ଼ା, ଅମିତାଭ ଜେନା, ମନୋଜ ସାମଲ ଓ ମହମ୍ମଦ ସୟିଦ୍ ଜୁବେର୍ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଆହ୍ବାନକ୍ରମେ ଓ ବ୍ଲକ ଯୁବବିଜେଡି ସଭାପତି ଗଣେଶ୍ବର ବରାଳ, ଛାତ୍ର ବିଜେଡି ସଭାପତି ଯଚୀନ୍ଦ୍ର ପ୍ରସାଦ ନାୟକଙ୍କ ପରିଚାଳନାରେ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବଡ଼ଚଣାରେ ବୃକ୍ଷରୋପଣ, କୋଭିଡ୍-୧୯ ସଚେତନତା କାର୍ଯ୍ୟକ୍ରମ, ମାସ୍କ ଓ ସାନିଟାଇଜର ବଣ୍ଟନ ଆଦି ବିଭିନ୍ନ କାର୍ଯ୍ୟ କରାଯାଇଥିଲା।
The post ବିଜୁ ଯୁବଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର : ୨୧୮ ୟୁନିଟ୍ ରକ୍ତ ସଂଗୃହୀତ first appeared on Sambad.
from ଜିଲ୍ଲା – Sambad https://ift.tt/3kfbGNj
0 Comments