ରାୟଗଡା : ଓଡ଼ିଶାରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣର ଆଉ ଏକ ମାମଲା ସାମନାକୁ ଆସିଛି । ଗତକାଲି ଗଜପତିର ରାଇପଙ୍ଗାରୁ ପଦ୍ମପୁର ଓ ଗୁମୁଡ଼ା ଦେଇ ଉତ୍ତରପ୍ରଦେଶକୁ ଏକ ଟ୍ରକ (ଆଜେ ୧୪ ଜିକେ ୧୦୩୬) ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗୁଡ଼ାରି ଥାନା ପକ୍ଷରୁ ଖବର ମିଳିବା ପରେ ଏସଆଇ ପି.ଜାନିଙ୍କ ନେତୃତ୍ବରେ ଏକ ଟିମ ଉକ୍ତ ଟ୍ରକକୁ ଅଟକାଇ ତଲାସୀ ନେବା ପରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଖବର ହସ୍ତଗତ ହୋଇଛି ।

ପୁଲିସ ସୁତ୍ରରୁ ଜଣାପଡ଼ିଛି ଯେ ପ୍ରାୟ ୫୭୨ କିଲୋଗ୍ରାମ ଓଜନର ୧୩ଟି ବସ୍ତା ଗଞ୍ଜେଇ ଜବତ ହୋଇଛି ଓ ସେଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୫୬.୯ ଲକ୍ଷ ଟଙ୍କା ହେବ । ଟ୍ରକରୁ ଏକ ଜିଓ ମୋବାଇଲ ଫୋନ ଓ ଏକ ଏଟିଏମ କାର୍ଡ ଜବତ ହୋଇଛି ।

ତେବେ ପୁଲିସ ଟ୍ରକ ଅଟକାଇବା ବେଳେ ଘଟଣାସ୍ଥଳରୁ ଟ୍ରକ ଚାଳକ ଓ ଅନ୍ୟମାନେ ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ତଦନ୍ତ ଜାରି ରହିଛି ।

 

The post ଗଜପତି :  ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳ ପୁଲିସର ଚଢଉ, ୫୭୨ କିଲୋଗ୍ରାମ ଗଞ୍ଜେଇ ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/2TsNw6a