
ଜୟପୁର : କୋଭିଡ୍ କଟକଣା ମଧ୍ୟରେ ଗତ କାଲି ବିଜୟା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜରାଜୁଡା ଅମଳରୁ ସୂର୍ଯ୍ୟ ମହଲ ପରିସରରେ ରାଜାଙ୍କ ତୋପ ରହିଥିବା ସ୍ଥାନକୁ ବଣ୍ଡା ବାଘ ବୋଲି କୁହାଯାଇଥାଏ। ଏଠାରେ ପୂଜାଅର୍ଚ୍ଚନା କରାଯାଇଥାଏ । ଗତ କାଲି ସଂଧ୍ୟାରେ ଯୁବରାଜ ବିଶ୍ବେଶର ଚନ୍ଦ୍ର ଚୁଢ଼ ଦେବ ବଣ୍ଡାବାଘ ପୀଠକୁ ଆସି ପୂଜା ଅର୍ଚ୍ଚନା କରିଥିଲେ। ତାଙ୍କୁ ପୀଠ କମିଟିର ରଘୁ ମହାରାଣା, ଗୁରୁମୂର୍ତ୍ତି ମନୋଜ କୁମାର, ବିରୋଜା କୁମାର ପାତ୍ର, ଭବାନୀ ପ୍ରସାଦ ଚୌଧୁରୀ, ସନ୍ତୋଷ କୁମାର ସିଂ, ବସନ୍ତ ଗୋପାଳ ସାହୁ, କୃଷ୍ଣ ଚନ୍ଦ୍ର ମହାପାତ୍ର, ସୀମାଂଚଳ ପାତ୍ର, ସୁରଜ ସିଂ, ଚନ୍ଦନ ରଂଜନ ଶତପଥୀ, ରଶ୍ମିରଂଜନ ସାହୁ ପ୍ରମୁଖ ସ୍ବାଗତ କରିବା ସହ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ। ଏଭଳିକି ଗତ ୭ଦଶନ୍ଧିରୁ ଅଧିକ ବର୍ଷ ହେବ ଏଠାକୁ ରାଜବଂଶର କେହି ଆସି ପୂଜାର୍ଚ୍ଚନା କରୁନଥିଲେ। ତେବେ ଚଳିତ ବର୍ଷ ଯୁବରାଜ ବିଶ୍ବେଶର ଚନ୍ଦ୍ର ଚୁଢ଼ ଦେବ ପୂଜାର୍ଚ୍ଚନା କରି ପୂର୍ବ ପରମ୍ପରାକୁ ବଂଚାଇବାକୁ ଆରମ୍ଭ କରିଛନ୍ତି। ସାଧାରଣରେ ଏହାକୁ ସ୍ବାଗତ କରିବା ସହ ଆଗାମୀ ଦିନରେ ଏହି ଧାରା ବଜାୟ ରହୁ ବୋଲି ଆଶା ପ୍ରକଟ କରିଛନ୍ତି ।
The post ପରମ୍ପରା ବଞ୍ଚାଇଲେ ଯୁବରାଜ: ବଣ୍ଡାବାଘ ନିକଟରେ ପୂଜାଅର୍ଚ୍ଚନା first appeared on Sambad.
from ଜିଲ୍ଲା – Sambad https://ift.tt/35EBa0y
0 Comments