
ରରୁଆଁ : ମୟୂରଭଞ୍ଜର ରରୁଆଁ ଅଞ୍ଚଳରେ ଆଜି ଜଣେ ବନ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି କାଠ ମାଫିଆ।ରରୁଆଁ ଅଞ୍ଚଳରେ ଚୋରା କାଠ କାରବାର ସମ୍ପର୍କରେ ଫରେଷ୍ଟର ଚନ୍ଦ୍ରଭାନୁ ମହାନ୍ତ କୌଣସି ସୂତ୍ରରୁ ଖବର ପାଇଥିଲେ। କାଠ ଚୋରଙ୍କୁ ଧରିବା ଲାଗି ସେ ଦୁଇଜଣ ସବୁଜ ବାହିନୀ ସଦସ୍ୟଙ୍କ ସହ ରରୁଆଁ ଫରେଷ୍ଟ ଗେଟ୍ ପାଖରେ ଜଗି ରହିଥିଲେ। ହେଲେ ଏ ସଂପର୍କରେ ଆଗୁଆ ଖବର ପାଇ କାଠ ମାଫିଆମାନେ ପିକ୍ଅପ୍ଟିକୁ ଗେଟ୍ଠାରୁ ପ୍ରାୟ ୫୦ ମିଟର ଦୂରରୁ ଫେରାଇ ନେଇଥିଲେ। ଫଳରେ ଫରେଷ୍ଟର ଶ୍ରୀ ମହାନ୍ତ ପିକ୍ଅପ୍କୁ ଧରିବା ପାଇଁ ଗୋଡ଼ାଇଥିଲେ। ଏହି ସମୟରେ ପିକ୍ଅପ୍ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଶ୍ରୀ ମହାନ୍ତ ଅଳ୍ପକେ ବର୍ତିଯାଇଥିଲେ।
The post ଫରେଷ୍ଟରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ first appeared on Sambad.
from ଜିଲ୍ଲା – Sambad https://ift.tt/34GLp51
0 Comments