ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡିଠାରେ ଥିବା ଏକ ନର୍ସିଂହୋମ୍‌ରେ ଜଣେ ମହିଳାଙ୍କ ପେଟରୁ ଅସ୍ତ୍ରୋପଚାର କରାଯାଇ ୫୭ କିଲୋଗ୍ରାମ ଓଜନର ଏକ ବିରାଟ ଟ୍ୟୁମର ବାହାର କରାଯାଇଛି। ଟ୍ୟୁମର ବାହାର କରାଯିବା ପରେ ମହିଳା ଜଣକ ସୁସ୍ଥଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କୁହୁଡ଼ି ସାଇ ସେବା ସଦନର ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଡାକ୍ତର ବିସ୍ମତ ଛତ୍ରିଆ, ଡାକ୍ତର ସୌମ୍ୟ ଦାସ, ଡାକ୍ତର ଚନ୍ଦ୍ରଶେଖର ବେହେରା, ଡାକ୍ତର ଦିଗନ୍ତ ମହାନ୍ତି ପାଞ୍ଚ ଘଣ୍ଟା ଧରି ଅପେ୍ରସନ ପରେ ନବରଙ୍ଗପୁର ଜିଲ୍ଲାର କୁଲମତି ନାମକ ଜଣେ ମହିଳାଙ୍କ ପେଟରୁ ଏହି ବିରାଟ ଟ୍ୟୁମରକୁ ବାହାର କରିଥିଲେ। କୁଲମତି ଚିକିତ୍ସା ପାଇଁ ଏ ହସ୍‌ପିଟାଲରୁ ସେ ହସପିଟାଲ୍‌ ବୁଲିଥିଲେ। ମାତ୍ର କେଉଁଠାରେ ତାଙ୍କର ଠିକ୍‌ ଚିକିତ୍ସା ନ ହେବାରୁ ସେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆର୍ଥିକ ପରିସ୍ଥିତି ଯୋଗୁ ବଡ଼ ହସପିଟାଲ୍‌କୁ ଯାଇ ଚିକିତ୍ସା କରାଇବା କୁଲମତିଙ୍କ ପରିବାର ପକ୍ଷେ ସମ୍ଭବ ହୋଇନଥିଲା। ତେଣୁ ସହାୟତା କରିବା ପାଇଁ ସେ ସୋସିଆଲ୍‌ ମିଡିଆ ମାଧ୍ୟମରେ ଅନୁରୋଧ କରିଥିଲେ। ଏହାକୁ ଦେଖିବା ପରେ ସହାୟତାର ହାତ ବଢ଼ାଇଥିଲା ସାଇ ସେବା ସଦନ। ଏହାପରେ, ସ୍ତ୍ରୋପଚାର କରାଯାଇ କୁଲମତିଙ୍କର ପେଟରୁ ଏହି ଟ୍ୟୁମର୍‌ଟିକୁ ବାହାର କରାଯାଇଥିଲା।

The post ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର first appeared on Sambad.



from ଜିଲ୍ଲା – Sambad https://ift.tt/3mr3k5W