
ବ୍ରହ୍ମପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ଥିବା ଝାଡ଼ଙ୍କୁଲିସ୍ଥିତ ଯଶୋଦା ହାଇସ୍କୁଲ୍ର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନ ସମେତ ସମୁଦାୟ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି।
ଭିଜିଲାନ୍ସ ପକ୍ଷରୁ ବ୍ରହ୍ମପୁରର ଦ୍ବିତୀୟ ଲେନ୍ରେ ଥିବା ବୈକୁଣ୍ଠନଗରସ୍ଥିତ ତାଙ୍କ ବାସଭବନରେ, ସେହି ଅଞ୍ଚଳରେ ସେ ଭଡ଼ା ଲଗାଇଥିବା ତାଙ୍କର ଏକ ଘରେ, ବ୍ରହ୍ମାନଗରରେ ଥିବା ୪ ମହଲା ବିଶିଷ୍ଟ ତାଙ୍କ କୋଠା ଘରେ, ନିମଖଣ୍ଡିରେ ଥିବା ତାଙ୍କ ଦୋକାନ ଘରେ, ଭୁବନେଶ୍ବରର କଳ୍ପନା ଛକରେ ତାଙ୍କ ପତ୍ନୀ ଓ ପିଲା ରହୁଥିବା ଘରେ, ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଥିବା ତାଙ୍କ ବିଏଚ୍କେ ଫ୍ଲାଟ୍ରେ, ଭୁବନେଶ୍ବରର ସୁନ୍ଦରପଦାରେ ଥିବା ତାଙ୍କ ୩ବିଏଚ୍କେ ଆପାର୍ଟମେଣ୍ଟ୍ରେ, ଯଶୋଦା ହାଇସ୍କୁଲ୍ ଅଫିସ୍ରେ, ତାଙ୍କ ପୈତୃକ ଘରେ ଓ ଚିକିଟିସ୍ଥିତ ଏକ ବେସରକାରୀ ସ୍କୁଲ୍ରେ ଚଢ଼ାଉ ହୋଇଥିବା ସୂଚନା ରହିଛି।
The post ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ହାଇସ୍କୁଲ୍ର ହିନ୍ଦୀ ଶିକ୍ଷକଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ first appeared on Sambad.
from ଜିଲ୍ଲା – Sambad https://ift.tt/3dsigNH
0 Comments