ନୂଆପଡ଼ା: ଗତ ଶନିବାର ରାତିରେ ଏକ ଅଜଣା ଗାଡ଼ିରେ ଧକ୍କା ହେବା ପରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ନୂଆପଡ଼ାର ଯୁବକ ଘାସିରାମ ତାଣ୍ଡି (୨୫)ଙ୍କର ମଙ୍ଗଳବାର ସଂଧ୍ୟାରେ ମୃତ୍ୟୁ ଘଟିଛି।

ଲଖନା ଥାନା ଅନ୍ତର୍ଗତ ଛିନ୍ଦପାଣି ଗ୍ରାମର ଯୁବକ ଘାସିରାମ ଏକ ସପ୍ତାହ ତଳେ ହାଇଦ୍ରାବାଦର ଏକ କମ୍ପାନିରେ କାମ କରିବାକୁ ଯାଇଥିଲେ। ଶନିବାର ରାତିରେ କମ୍ପାନି କାମ ସରିବା ପରେ କମ୍ପାନି ଦେଇଥିବା ଷ୍ଟାଫରୁମକୁ ଫେରୁଥିଲେ ଘାସିରାମ ଓ ରାସ୍ତା ପାରି ହେଉଥିବା ବେଳେ ଅଜଣା ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଯୁବକଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଥିଲା। ସେହି ସମୟରେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଯୁବକମାନେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନେଇ ଏକ ଘରୋଇ ହସ୍ପିଟାଲ୍‌‌ରେ ଭର୍ତ୍ତି କରିଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ଘାସିରାମଙ୍କ ବାପାଙ୍କ ନାମ ଦୁକାଳୁ ତାଣ୍ଡି। ତାଙ୍କର ଘାସିରାମଙ୍କୁ ଛାଡ଼ି ଆହୁରି ୩ ଜଣ ଝିଅ ଅଛନ୍ତି। ଜାଣିବାକୁ ମିଳିଛି ଯେ ଚଳିତବର୍ଷ ଘାସିରାଙ୍କର ବିବାହ ହେବାର ଥିଲା। ତେବେ, ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଘାସିରାମଙ୍କ ଗାଁରେ ତାଙ୍କ ମୃତଦେହ ପହଞ୍ଚି ପାରିନାହିଁ।

The post ଭାଗ୍ୟରେ ନଥିଲା ବିବାହ: ପରିବାର ଲୋକ ପ୍ରସ୍ତୁତ ହେଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ first appeared on Sambad.



from ଜିଲ୍ଲା – Sambad https://ift.tt/2SSzxpX