
ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ବଣକାଟି ଛକ ନିକଟରେ ଶୁକ୍ରବାର ଏକ ବଲେରୋ ସହିତ ସ୍କୁଟି ଧକ୍କା ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀ ଅଶୋକ କର(୬୦)ଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପ୍ରଥମେ ଗୁରୁତର ଅଶୋକଙ୍କୁ ସ୍ଥାନୀୟ ଲୋକ ମିଶି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲକୁ ନେଇ ଯାଇଥିଲେ। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ପୁଲିସ ଏକ ମାମଲା ରୁଜୁ କରି ବଲେରୋକୁ ଖୋଜୁଥିବା ଜଣାପଡିଛି। ଅଶୋକଙ୍କ ମୃତ୍ୟୁକୁ ନେଇ ବାଙ୍ଗରିପୋଷୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶନିବାର ଶବ ବ୍ୟବଚ୍ଛେଦ ପରେ ଘରେ ମୃତଦେହ ପହଞ୍ଚିଛି। ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ବାଙ୍ଗିରିପୋଷି: ବୋଲେରୋ ଧକ୍କାରରେ ସ୍କୁଟି ଆରୋହୀ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3j5M4Ry
0 Comments