ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ନୂଆଡିହି ସାହାଜଵାହାଲ ରାସ୍ତାକଡ଼ ନାଳରୁ ଵସ୍ତାରେ ଵନ୍ଧା ହୋଇଥିବା ଜଣେ ମହିଳାଙ୍କ ଗଳିତ ଶଵ ଉଦ୍ଧାର ହୋଇଛି। ଆଜି ସକାଳୁ ଲୋକେ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଦୁର୍ଗନ୍ଧ ହେବାରୁ ରାଏବଗା ଗ୍ରାମରକ୍ଷୀ ରବୀନ୍ଦ୍ର ମହାନନ୍ଦକୁ ସୂଚନା ଦେଇଥିଲେ। ଗ୍ରାମରକ୍ଷୀ ଘଟଣାସ୍ଥଳକୁ ଆସି ପୁଲିସକୁ ଅବଗତ କରାଇବା ପରେ ପୁଲିସର ପରାମର୍ଶକ୍ରମେ ବସ୍ତାକୁ ଖୋଲିଥିଲେ। ବସ୍ତାରେ ଏକ ମହିଳାଙ୍କ ଗଳିତ ଶବ ଥିବା ଦେଖି ପୁଣି ପୁଲିସକୁ ଜଣାଇଥିଲେ।। ଏହାପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ଚିହ୍ନଟ ହୋଇନି। ତେବେ କେହି ହତ୍ୟା କରି ମହିଳାଙ୍କ ବସ୍ତାରେ ବାନ୍ଧି ଆଣି ଫୋପାଡ଼ି ଦେଇ ଯାଇଥିବା ପୁଲିସ୍‌ ସନ୍ଦେହ କରୁଛି।

The post ସୁନ୍ଦରଗଡ଼: ରାସ୍ତାକଡ଼ ନାଳରୁ ଵସ୍ତାରେ ଵନ୍ଧା ହୋଇଥିବା ଜଣେ ମହିଳାଙ୍କ ଗଳିତ ଶଵ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3dQ1kkN