ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏକ ଚିଠି ଲେଖିଥିବା ଜଣାଯାଇଛି । ଏଥିରେ ସେ ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି । ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି। ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ଲୋକସଭା ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦୁଝର ସାଂସଦ। ଏହି ଘଟଣାରେ ପୁଲିସ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ନୋଟିସ୍ କରି ଜେରା କରିଛି ।

ଗତ ଅକ୍ଟୋବର ୧୫ ପରଠାରୁ ଓଟିଭିରେ ବିଭ୍ରାନ୍ତିକର ଖବର ପରିବେଷଣ କରାଯାଇଛି । ତାଙ୍କ ବିରୋଧରେ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ରରେ ସାମ୍ବାଦିକ ରମେଶ ରଥ ସଂପୃକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି । ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଖବର ପରିବେଷଣ କରି ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଛି । ଓଟିଭି ଏହାର ସାମ୍ବାଦିକ ରମେଶ ରଥଙ୍କୁ ସୁରକ୍ଷା ଦେବାକୁ ଅନେକ ମିଛ ଖବର ପରିବେଷଣ କରୁଥିବାରୁ ଲୋକସଭା ବାଚସ୍ପତିଙ୍କଠାରୁ ସେ ସୁରକ୍ଷା ମାଗିଛନ୍ତି ।

The post ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ କେନ୍ଦୁଝର ସାଂସଦ, ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିବାକୁ ଦାବି କଲେ first appeared on Sambad.



from ଜିଲ୍ଲା – Sambad https://ift.tt/34aZveY