ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଔପଦା ଅଞ୍ଚଳରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବାଲେଶ୍ୱର ଦନ୍ତୁର ଫରେଷ୍ଟ ବିଟହାଉସ୍ ଅନ୍ତର୍ଗତ ଦାରିପୋଖରୀ ଗାଁ ନିକଟରେ ଥିବା ପୀଡ଼ାକଟା କେନାଲ ନିକଟରୁ ଏହି ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି ।

ଏହାର ଆନୁମାନିକ ଓଜନ ପ୍ରାୟ ୩ କିଲୋଗ୍ରାମରୁ ଅଧିକ ହେବ ବୋଲି ଜଣାଯାଇଛି। ସୋର ଫରେଷ୍ଟ ଗାର୍ଡ଼ ପ୍ରଦୀପ କୁମାର ରାଉତ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିବା ପରେ ସୋର ବନ୍ୟପ୍ରାଣୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।

The post ବାଲେଶ୍ୱର ଜିଲ୍ଲାର ଔପଦା ଅଞ୍ଚଳରୁ ବିରଳ ବଜ୍ରକାପ୍ତା ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/2SZtWhN