
କଟକ: କଟକରେ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗ ପୁଲିସ୍ ହାତରେ ଧରାପଡ଼ିଥିବା ଜଣାଯାଇଛି। ଗିରଫ ଡକାୟତମାନଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି । ଡକାୟତ ଗ୍ୟାଙ୍ଗର ୪ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ଥିବାର ସୂଚନା ମିଳିଛି । ଏହି ଡକାୟତ ଗ୍ୟାଙ୍ଗରେ ମହିଳା ସଦସ୍ୟମାନେ ମଧ୍ୟ ସାମିଲ ଅଛନ୍ତି। ଡକାୟତି ସୁନା ଗହଣାକୁ ଅନ୍ୟତ୍ର ନେବାରେ ମହିଳାମାନେ ସହଯୋଗ କରୁଥିବା ସୂଚନା ଦେଇଛନ୍ତି କଟକ ଡିସିପି।
ଗତ ଜାନୁଆରି ମାସରେ କଟକ ଚୌଦ୍ୱାର ଅଞ୍ଚଳରେ ହୋଇଥିବା ଏକ ଲୁଟ୍ ଘଟଣାରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ସାମିଲ ଥିଲେ । ଦୀର୍ଘ ୧୦ ମାସ ପରେ ଚୌଦ୍ୱାର ଲୁଟ୍ ଘଟଣାରେ ପୁଲିସକୁ ସଫଳତା ମିଳିଛି । ଏହି ଡକାୟତମାନେ ଯାହା ଘରେ ଡକାୟତି କରନ୍ତି, ପ୍ରଥମେ ପରିବାର ସଦସ୍ୟମାନଙ୍କୁ ବାନ୍ଧି ପକାନ୍ତି, ତାପରେ ଲୁଟ୍ପାଟ୍ କରନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି କଟକ ଡିସିପି। ।
The post କଟକ: କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୪ ସଦସ୍ୟ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3lUS7KK
0 Comments