ଭବାନୀପାଟଣା : ଆଜି ଭୋର ସମୟରେ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ ହୋଇ ଇତିମଧ୍ୟରେ ସମ୍ପନ୍ନ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁପ୍ତ ପୂଜନ ପରେ ଭବାନୀପାଟଣାର ଜେନାଖୋଲରେ ସକାଳ ୫ଟା ୨୫ ମିନିଟ୍ ସମୟରେ ଛତର ଯାତ୍ରା ଆରମ୍ଭ ହୋଇଥିଲା। କରୋନା କଟକଣା ଭିତରେ ବିନା ଭକ୍ତରେ ସହର ପରିକ୍ରମା କରିବା ପରେ ଉକ୍ତ ଛତରକୁ ମାଣିକେଶ୍ୱରୀ ମନ୍ଦିରରେ ରାଜା ଅନନ୍ତ ପ୍ରତାପ ଦେବ ପ୍ରାୟ ୬ଟା ୧୫ ମିନିଟ୍ ସମୟରେ ଗ୍ରହଣ କରିଥିଲେ। ଏହି ଯାତ୍ରାରେ କେବଳ ମନ୍ଦିରର ପୂଜକ ଓ ସେବାୟତମାନେ  ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତେବେ ପ୍ରଥମ ଥର ପାଇଁ ବିନା ଭକ୍ତରେ ଛତର ଯାତ୍ରା ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖା ଦେଇଛି।

The post ବିନା ଭକ୍ତରେ ସହର ପରିକ୍ରମା କରିବା ପରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମ୍ପନ୍ନ first appeared on Sambad.



from ଜିଲ୍ଲା – Sambad https://ift.tt/2HlFJ80