ବରପାଲି: ବରଗଡ଼ ଜିଲ୍ଲାର ବରପାଲି ତହସିଲ ପରିସରରେ ଭୂମିହୀନମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ଅକ୍ଷୟ କୁମାର ବାଗଙ୍କ ନେତୃତ୍ବରେ ପର୍ଯ୍ୟାୟ କ୍ରମେ ବରପାଲି ତହସିଲ ଅର୍ନ୍ତଗତ ବନ୍ଧପାଲି, ମହୁଲପାଲି, ସରଣ୍ଡାପାଲି, ଧାଉଁରାଖନ୍ଦ।, ଦଳେଇପାଲି, ବର୍ଲ୍ଲାବାହାଲ ଆଦି ଗ୍ରାମର ୪୦ ଜଣ ଭୂମିହୀନଙ୍କୁ ଥଇଥାନ ପାଇଁ ୪ ଡିସିମିଲ ଲେଖାଏଁ ବସୁନ୍ଧରା ଯୋଜନାରେ ଜମିପଟ୍ଟା ବଣ୍ଟନ କରାଯାଇଛି ।

ଏଥିରେ ତହସିଲଦାର ଅକ୍ଷୟ କୁମାର ବାଗଙ୍କ ସହ ଅତିରିକ୍ତ ତହସିଲଦାର ଲୋପାମୁଦ୍ରା କାଲୋ, ସୁପରଭାଇଜର ରାଜକୁମାର ମିଶ୍ର, ରାଜସ୍ଵ ନିରୀକ୍ଷକ ଅନୀଲ କୁମାର ପାଇକ, ପବିତ୍ର ଭୁଏ, ରୋଶନ ନାରାୟଣ ମିଶ୍ର, ରେକର୍ଡରୁମ କିପର୍ ଗୋବର୍ଦ୍ଧନ ମେହେର, ଡାଟା ଅପରେଟର ରଂଜନ କୁମାର ଗଡତିଆ ଏବଂ ତହସିଲ ଷ୍ଟାଫ୍ ପ୍ରତିମା ବାରିକ, ମିନତୀ ମାଝୀ, ଭାସ୍କର ଭୁଏ ପ୍ରମୁଖ ଉପସ୍ଥିତ ରହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

The post ବରପାଲି ତହସିଲ ପରିସରରେ ଭୂମିହୀନମାନଙ୍କୁ ଜମିପଟ୍ଟା ବଣ୍ଟନ first appeared on Sambad.



from ଜିଲ୍ଲା – Sambad https://ift.tt/3mE41sJ