ରାୟଗଡ଼ା:ବେଆଇନ ଭାବେ ଓକିଲଗୁଡାରେ ଚାଲିଥିବା ଖାଦାନରେ ବିସ୍ଫୋରଣ ଘଟି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରାଯାଇଛି। ସ୍ଥାନୀୟ ଓକିଲଗୁଡାରେ ଗତ ୧୬ ତାରିଖରେ ଖାଦାନରେ ଘଟିଥିଲା ବିସ୍ଫୋରଣ। ଏହା ପରେ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି।

ଖାଦାନର ପରିବେଶ ମଞ୍ଜୁରୀ, ବ୍ଲାଷ୍ଟିଂ ଅନୁମତି ନ ଥିଲା ବୋଲି ତଦନ୍ତରୁ ଜଣା ପଡ଼ିଛି। ପୁଲିସ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ କେବଳ ବିସ୍ଫୋରଣକାରୀ ଗିରଫ ହୋଇଥିବା ଜାଣିବାକୁ ମିଳିଛି। ମୁଖ୍ୟ ଅଭିଯୁକ୍ତ ଦ୍ବୟ କେଉଁଆଡ଼େ ଫେରାର ଅଛନ୍ତି। ପୂର୍ବରୁ ଏହି ଘଟଣାରେ ଜଣେ ଆରଆଇ, ଏଆରଆଇ ନିଲମ୍ବିତ ହୋଇ ସାରିଛନ୍ତି।

The post ରାୟଗଡ଼ା: ଖାଦାନରେ ବିସ୍ଫୋରଣ ଘଟି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ first appeared on Sambad.



from ଜିଲ୍ଲା – Sambad https://ift.tt/2IUFa5v