କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ସୋଗର ଅଞ୍ଚଳରେ ହାତୀପଲଙ୍କ ଆତଙ୍କ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବା କୁହାଯାଉଛି। ଗତ ୩ଦିନ ହେଲାଣି ଏହି ଅଞ୍ଚଳରେ ଆତଙ୍କ ଲାଗି ରହିଛି। ଏହି ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଏହି ହାତୀପଲ ସୋଗର ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସାଙ୍ଗକୁ ଗାଁ ଠାରୁ ଅତି ନିକଟରେ ଅଛନ୍ତି ।

ଏବେ ଏହି ୨୨ଟିକିଆ ହାତୀପଲ ନିକଟସ୍ଥ ମାଛିଆ ଜଙ୍ଗଲରେ ଥିବାର ସୂଚନା ମିଳିଛି। ହାତୀପଲର ଗତିବିଧି ଉପରେ ନଜର ରଖାଯିବା ସହିତ ହାତୀ ଘଉଡ଼ାଇବା ଲାଗି ବନ ବିଭାଗର ଅତ୍ୟାଧୁନିକ ଐର।ବତ ବସ୍ ରଖାଯାଇଥିବା ନେଇ ରେଞ୍ଜର୍ ବିଭୁଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।

 

The post କାମାକ୍ଷାନଗର: ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ୨୨ଟିକିଆ ହାତୀପଲ first appeared on Sambad.



from ଜିଲ୍ଲା – Sambad https://ift.tt/3mjj3UE